ଗାରୋଇ ସ୍କୁଲରେ ମୋ ସ୍କୁଲ ଅଭିଯାନ ଓ ବନ୍ଧୁମିଳନ ଉତ୍ସବ
ନାଉଗାଁ,(ୱାଇଏନ୍ଏସ୍):ନାଉଗାଁ ବ୍ଲକ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ ଓ ୧୯୯୬ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ପରିସରରେ ଏକ ପ୍ରାର୍ଥନା ମଣ୍ଡପ ନିର୍ମାଣ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ । ବିଧିବିଧାନ ପୂର୍ବକ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଗୁରୁପୂଜନ କରିଥିଲେ । ଶିକ୍ଷକ ହଟକିଶୋର ବିଶ୍ୱାଳ, ରବିନ୍ଦ୍ରନାଥ ସ୍ୱାଇଁ, ପବିତ୍ର କୁମାର ସ୍ୱାଇଁ, ପଣ୍ଡିତ ଅଜୟ କୁମାର ଶତପଥି ଓ ସୁକାନ୍ତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ‘ମୋ ସ୍କୁଲ’ ଅଭିଯାନ ଉପରେ ଆଲୋକପାତ କରିବା ସହିତ ସେମାନଙ୍କର ପ୍ରିୟ ବିଦ୍ୟାଳୟ ସହିତ ସମସ୍ତଙ୍କୁ ଯୋଡିବାର ପ୍ରୟାସକୁ ବକ୍ତବ୍ୟରେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ବିଦ୍ୟାଧର ବିଶ୍ୱାଳ, ସାଗର ଜେନା, ନାରାୟଣ ପାତ୍ର, ଶ୍ରୀନିବାସ ବିଶ୍ୱାଳ, ଆଶିଷ ଜେନା, ମଳୟ ସେନାପତି, ବିକ୍ରମ ବିଶ୍ୱାଳ, ଛାତ୍ରୀ ସ୍ୱର୍ଣ୍ଣଲତା ବିଶ୍ୱାଳ, ରଂଜୁଲତା ମହାନ୍ତି, ଝୁନିଲତା ପରିଡା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ପିଲାମାନେ ମନୋରଂଜନ ଧର୍ମୀ ଜଳ ସଂରକ୍ଷଣ ଜୀବନ ପଣ ଉପରେ କଳାକୃତି ପରିବେଷଣ କରିଥିଲେ ।


