ଭିନ୍ନକ୍ଷମଙ୍କୁ ସହାୟକ ସାମଗ୍ରୀ ପ୍ରଦାନ
ଆଖୁଆପଦା, (ବସନ୍ତ କୁମାର ବେହେରା) ; ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଚାରିଜଣ ଭିନ୍ନକ୍ଷମଙ୍କୁ ସହାୟକ ସାମଗ୍ରୀ ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜଳମଣ୍ଡୁଆର ବସନ୍ତ ରାଉତଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଥିବାବେଳେ ଦକ୍ଷିଣବାଡର ସୁରେନ୍ଦ୍ର ଜେନାଙ୍କୁ ଟ୍ରାଇସାଇକେଲ, ଗଙ୍ଗାଧର ଲେଙ୍କାଙ୍କୁ ଷ୍ଟିକ ଓ ରହଣିଆର ବିଶ୍ୱଜିତ ସାମଲଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଏଥିରେ ବିଡିଓ ବିଜୟ କୁମାର ସାହୁ, ବିଧାୟକଙ୍କ ପ୍ରତିନିଧି ପ୍ରଣିତକାନ୍ତି ସାମଲ, ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର, ସୁଧାଂଶୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।


