କୋଭିଡ୍ ନିୟମ ଉଲଂଘନ: ସିଲ୍ ହେଲା ଲୁହାଗୁଡି ରାଜପୁତ ଢାବା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କୋଭିଡ୍ ନିୟମ ଉଲଂଘନ କରିବା ମହାଙ୍ଗ ପଡିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଗ୍ରାମ ଛକ ଠାରେ ଥିବା ରାଜପୁତ ଢାବା ମାଲିକ କୋଭିଡ୍ ନିୟମ ଉଲଂଘନ କରି ଢାବା ପରିଚାଳନା କରୁଥିବାର ଯୋଗୁଁ ୨ଦିନ ପାଇଁ ଢାବାକୁ ସିଲ କରି ଦିଆଯାଇ ଥିବାର ଜଣାପଡିଛି । ଏହା ସହ ୧୪ ହଜାର ଟଙ୍କାର ଆର୍ଥିକ ଦଣ୍ଡ ବାବଦରେ ଜରିମାନା ଆଦାୟ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଲୁହାଗୁଡି ଗ୍ରାମ ସ୍ଥିତ ରାଜପୁତ ଢାବାରେ ଅଚାନକ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଯାଞ୍ଚ କରିଥିଲେ । ସେହି ସମୟରେ ବିନା ମାସ୍କରେ ୭ ଜଣ ହୋଟେଲ କର୍ମଚାରୀ ଖାଦ୍ୟ ପରଷୁ ଥିବାର ଦେଖିବାକୁ ପାଇଥିଲେ । ଫଳରେ ନିୟମ ଉଲଂଘନ ଅଭିଯୋଗରେ ଢାବା ମାଲିକଙ୍କ ଠାରୁ ୧୪ହଜାର ଟଙ୍କାର ଜରିମାନା ସହ ଦୁୁଇ ଦିନ ନିମନ୍ତେ ହୋଟେଲକୁ ସିଲ୍ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ