ନୈତିକ ଜାଗୃତିର ଏକ ଭିନ୍ନ ଦୃଷ୍ଟିକୋଣରେ ଲଘୁ ଚଳଚିତ୍ର ଆରହତ୍
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ନିକଟସ୍ଥ ଶ୍ରୀ ଜଗଦୀଶଙ୍କ ପାଣିଗ୍ରାହୀଙ୍କ ବାସ ଭବନଠାରେ ହିନ୍ଦୀ ଲଘୁଚଳଚିତ୍ର “ଆରହତ” ର ଶୁଭମୁକ୍ତି ସକାଶେ ଏକ ପ୍ରାକ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚଳଚିତ୍ର ବୈଧତା ୧୮ ମିନିଟ ରହିଥିବା ବେଳେ ଆକସ୍ମିକ ଦୁର୍ଘଟଣା ଗ୍ରସ୍ତ ଏକ ଚିକିତ୍ସିତ ଦିବ୍ୟାଙ୍ଗଙ୍କ ଜରିଆରେ ସମାଜକୁ ମାନବର ଅପ୍ରାଣ ପ୍ରୟାସ ଓ ଦୃଢ ମନୋବଳର ଏକ ସୁବାର୍ତ୍ତା ପ୍ରଦାନ କରାଯାଇଛି । ଜିତେନ୍ଦ୍ର କଳାକକ୍ଷ ଓ ମା’ କାଳୀ ଚିତ୍ର ନିର୍ମାଣ ପ୍ରଯୋଜନା , ଆର୍ଯ୍ୟପଲ୍ଲୀ ଡବ୍ଲୁ.ସାଇ ଆକ୍ସାରାଙ୍କ ଦ୍ବାରା ନିର୍ମିତ ହୋଇଅଛି । ସୁଶ୍ରୀ ଶୁଭସ୍ମିତା ପାଣିଗ୍ରାହୀ ଉକ୍ତ ପ୍ରାରମ୍ଭିକ ବିଭୁ ସଙ୍ଗୀତ ଓ ସଂଯୋଜନାର ଭାର ତୁଲାଇଥିବା ବେଳେ ଛତ୍ରପୁରର ଗର୍ବ ଓ ଗୌରବ ଗାୟକ ଶ୍ରୀଯୁକ୍ତ ଗଣେଶ ପଟ୍ଟନାୟକ ବିଭୁ ଜ୍ୟୋତି ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବୈଠକରେ ଆର୍ଯ୍ୟପଲ୍ଲୀର ଯୁବ ନବ ପ୍ରତିଭା ନିର୍ଦ୍ଧେଶକ ୟୁ.ଶ୍ରୀନିବାସ , ସହ ନିର୍ଦ୍ଧେଶକ ବି.ଭୀମାରାଓ , ସଙ୍ଗୀତ ନିର୍ଦ୍ଧୈଶକ ୟୁ.ଚନ୍ଦ୍ରଶେଖର ଶବ୍ଦ ଗ୍ରାହୀ ବି.ଚନ୍ଦନ , ଜିତେନ୍ଦ୍ର କଳାକ୍ଷର ମୁଖ୍ୟ ଜିତେନ୍ଦ୍ର ନାୟକ ତଥା ଚଳଚିତ୍ର ମୁଖ୍ୟ ଭୂମିକାରେ ଆକର୍ଷିତ ହେବାକୁ ଥିବା ରିଷବ ବିଷୋୟୀ ,ଜଗଦୀଶ ପାଣିଗ୍ରାହୀ,ସବିତା ପାଣିଗ୍ରାହୀ , ଶଶି ପଟ୍ଟନାୟକ , ସୁକାନ୍ତ ବେହେରା,ଯୁଧିଷ୍ଠିର ବେହେରା (ଆଲବମ୍ ଅଭିନେତା) , ୟୁ. ହରିକ୍ରିଷ୍ଣା , ବି.ବାବାଜୀ ଆଦି ପ୍ରମୁଖ ଯୋଗଦେଇଥିବା ବେଳେ ସଭା ଶେଷରେ ଶ୍ରୀଯୁକ୍ତ ୱାସୁପଲ୍ଲୀ. ଦଣ୍ଡପାଣୀ , ଉକ୍ତ ବୈଠକରେ ଧନ୍ୟବାଦ ଅର୍ପଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।


