ଭଞ୍ଜନଗର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲାର ଭଂଜନଗର କୋର୍ଟ ରେ ଗତ ଶନିବାର ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକା ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଡ଼.ଅରୁଣ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। କୋରନା କଟକଣା ପାଇଁ ଭିଡିଓ କଂନଫରେନ୍ସି ମାଧ୍ୟମରେ ଏବଂ ସିଧା ସଳଖ ମାମଲା ଗୁଡିକର ଶୁଣାଣି ହୋଇଥିଲା। ଏଥିରେ ମୋଟ ୮୮ ଗୋଟି ମାମଲାର ବିଚାର କରି ରାୟ ଶୁଣାଣି କରାଯାଇଥିଲା। ମାମଲା ଗୁଡିକରେ ୧କୋଟି ୨୮ଲକ୍ଷ ୭୦ହଜାର ୮୯୯ ଟଙ୍କା ପ୍ରଦାନ କରିବା ନେଇ ରାୟ ଶୁଣାଇଥିଲେ। ତାଲୁକା ଆଇନା ସେବା ସଦସ୍ୟ ସୋମନାଥ ନାୟକ,ଡ଼.ପୁର୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟ। ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସମେତ ଓକିଲ ସଂଘର ସଭାପତି ସନ୍ତୋଷ ନାୟକ,ଉପସଭାପତି ରଜତ ଦାସ,ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ,ଆଇନଜୀବୀ ସନ୍ତୋଷ ତିଆଡି,ସୁଧାଂଶୁବାଳା ପଟ୍ଟନାୟକ, ଅଜୟ କୁମାର ପ୍ରଧାନ,ଅଶ୍ୱିନୀ କୁମାର ପାଣିଗ୍ରାହୀ,ସମୀର କୁମାର ନାୟକ,ବଂଶୀଧର ପ୍ରଧାନ,ରଜନୀ ପଟ୍ଟନାୟକ, ଦେବୀ ପ୍ରସାଦ ତ୍ରିପାଠୀ, ସୁଧୀର ରଞ୍ଜନ ମହାପାତ୍ର ପ୍ରମୁଖ ମାମଲା ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ