ଲଗାଣ ବର୍ଷା ରେ ବେହାଲ ରେଶମ ସହର
ବ୍ରହ୍ମପୁର:(ଯୁଗାବ୍ଦ ନ୍ୟୁଜ)ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଜଳମଗ୍ନ ହୋଇଛି ରେଶମ ସହର ବ୍ରହ୍ମପୁର । ଗତଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ବର୍ଷା ପ୍ରଭାବରେ ବ୍ରହ୍ମପୁର ସୃଷ୍ଟି ହୋଇଛି କୃତିମ ବନ୍ୟା । ଏପରିକି ଘର ଭିତରେ ପାଣି ପଶିଯାଇଛି । ଜିଲ୍ଲାପାଳ ଓ ବିଏମସି କମିଶନର ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତଳିଆ ଅଞ୍ଚଳ ବାସିନ୍ଦା ଆବଶ୍ୟକ ପଡିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତହସିଲଦାର ଓ ବିଡିଓମାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି । ଏହି ସବୁ ଅସୁବିଧା କୁ ଦୃଷ୍ଟିର୍ ରଖି ସ୍ଥାୟୀ ସମାଧାନ ପାଇଁ ୯ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ହେବ ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଠୋର କହିଛନ୍ତି ।