ପାରଳାରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ ୧୩୦ ଜଣଙ୍କ ମଧ୍ୟରୁ ୧୨ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପରେ ଆଜି ଠାରୁ ର୍ୟାପିଡ ଆଣ୍ଟିଜେନ ଟେଷ୍ଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆରମ୍ଭ ହୋଇଛି । ଆଜି ସକାଳ ୮ଘଣ୍ଟା ଠାରୁ ୧୨ଘଣ୍ଟା ମଧ୍ୟରେ ୧୩୦ଜଣକୁ ଏହି ଟେଷ୍ଟ କରାଯାଇଥିଲା । ଏଥିରୁ ୧୨ଜଣ ପଜିଟିଭ୍ ଥିବା ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣ ନିଜ ନିଜ ଗୃହରେ ସଂଘରୋଧ ଭାବେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏମାନଙ୍କୁ ସେମାନଙ୍କ ଘରେ ଆବଶ୍ୟକୀୟ ଚିକିତ୍ସା ସୁଯୋଗ ଯୋଗାଇ ଦିଆଯିବ ବୋଲି ସିଡିଏମ୍ଓ ଡାକ୍ତର ପ୍ରଦୀପ କୁମାର ପାତ୍ର ସୂଚନା ଦେଇ କହିଛନ୍ତି, ଏହି ର୍ୟାପିଡ ଆଣ୍ଟିଜେନ ଟେଷ୍ଟ ଆଜି ଠାରୁ ଆରମ୍ଭ ହେଲା । ଏହା ପ୍ରତ୍ୟେହ ସକାଳ ୮ଘଣ୍ଟା ଠାରୁ ମଧ୍ୟାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ ।