ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ୫୦ହଜାର ଟଙ୍କାର ସମ୍ପତ୍ତି ଭସ୍ମିଭୂତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ସ୍ଥିତ ମୁଖ୍ୟ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ଗତକାଲି ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଦୋକାନ ଘରଟି ସମ୍ପୂର୍ଣ୍ଣ ଜଳି ୫୦ ହଜାର ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ ହୋଇଯାଇଛି । ରାୟଗଡର ସୁଦର୍ଶନ ଦାସଙ୍କ ଜଳଖିଆ ଦୋକାନ ବନ୍ଦ ଥିବା ବେଳେ କୌଣସି କାରଣରୁ ନିଆ ଲାଗିଯାଇଥିଲା । ପଡୋଶୀରେ ଶ୍ରୀନିବାସ ପାଇକଙ୍କ ଦୋକାନକୁ ମଧ୍ୟ ନିଆ ବ୍ୟାପୀ ଥିଲା । ଫଳରେ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ସ୍ଥାନୀୟ ଲୋକ ପହଞ୍ôଚ ନିଆଁକୁ ଆୟତ୍ତ କରିଥିବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହୋଇନଥିଲା । ପରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଜଣାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଥିବା ଜଣାପଡିଛି ।