ବୁଦ୍ଧଖୋଲ ସିଦ୍ଧଗୁମ୍ଫାକୁ ନିର୍ମାଣ ହେବ ରାସ୍ତା : ପ୍ରକଳ୍ପ ନିର୍ଦ୍ଦେଶକ, ଗଞ୍ଜାମ

ବୁଗୁଡା (ଅନିଲ ମହାରଣା): ପ୍ରସିଦ୍ଧ ପଞ୍ଚ ମହାଦେବ ଶୈବପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲକୁ ଏପ୍ରିଲ ୧୨ ତାରିଖ ଦିନ ପରିଦର୍ଶନରେ ଆସିଥିଲେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତତ୍ରାୟ ଭାଉସାହେବ। ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ବହୁ କିମ୍ବଦନ୍ତୀର ମୂକସାକ୍ଷୀ ସିଦ୍ଧଗୁମ୍ଫା କୁ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରି ବୁଗୁଡା ବିଡ଼ିଓଙ୍କ ଜରିଆରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରଣ କରାଯାଇଥିଲା। ଅନୁରୋଧ ରକ୍ଷାକରି ସିଦ୍ଧଗୁମ୍ଫାକୁ ରାସ୍ତା ନିର୍ମାଣ ପାଇଁ ଡିଆରଡିଏରେ ମଞ୍ଜୁର ହୋଇଥିବା ନେଇ ପରିଦର୍ଶନ ସମୟରେ ପିଡ଼ି ଶ୍ରୀ ଭାଉସାହେବ ପ୍ରକାଶ କରିଥିଲେ। ଏହାଦ୍ୱରା ଅଞ୍ଚଳର ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପରିଦର୍ଶନ ସମୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଓ ବିଭୂଦତ୍ତ ମିଶ୍ର ଏବଂ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, କେଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରା, ଗୋପୀନାଥ ସ୍ଵାଇଁ, ନିଳାମ୍ବର ବିଷୋୟୀ, ପ୍ରଭାକର ବିଷୋୟୀ, ଜିତେନ୍ଦ୍ର ଦଳାଇ, ଚିତ୍ରସେନ ନାୟକ, ସାହିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୁଦ୍ଧଖୋଲ ୱାଚ ଟାୱାର, ଆଇ ଲଭ ବୁଦ୍ଧଖୋଲ ପାର୍କ, ବୁଦ୍ଧଖୋଲ ପାଦ ଦେଶରେ ଥିବା ମହା ବନ୍ଧର ଉନ୍ନତି କରଣ ବିଷୟ ନେଇ ଆଲୋଚନା କରିଥିଲେ। ବୁଦ୍ଧଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ପିଡ଼ି ମହୋଦୟଙ୍କୁ ବିମୋହିତ କରିଥବା ବେଳେ ବୁଦ୍ଧଖୋଲର ଉନ୍ନତି କରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ