ମୋ ସ୍କୁଲ ଅଭିଯାନ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ସରକାରୀ ଉ.ପ୍ରା. ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ବୈଠକ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଶିକ୍ଷା ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ସମାଜସେବୀ ଶରତ ଚନ୍ଦ୍ର ଜେନା, ଜଗବନ୍ଧୁ ମହାପାତ୍ର, ରତିକାନ୍ତ ଜେନା, ମଧୁସୂଦନ ବାରିକ, ସନ୍ତୋଷ ଜେନା, କାହ୍ନୁଚରଣ ଜେନା ପ୍ରମୁଖ ଉପସ୍ଥିତ ରହି ମୋ ସ୍କୁଲ ଅଭିଯାନ ଆଭିମୁଖ୍ୟ ସମ୍ପର୍କରେ ବିଭିନ୍ନ ମତଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ମଲ୍ଲିକ, କେଶବ ଚନ୍ଦ୍ର ପରିଡା, ଶିବ ପ୍ରସାଦ ଦାସ,ସ୍ମୃତିରଞ୍ଜନ ଜେନା, ସୂର୍ଯ୍ୟମଣି ପୃଷ୍ଟି, ଧନେଶ୍ୱର ସାହୁ, ଦିପ୍ତିପ୍ରଭା ବେହୁରିଆ, ଗାୟତ୍ରୀ ସାହୁ ପ୍ରମୁଖ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ବିଭୂତିଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ