ଗୋପବନ୍ଧୁ ଟ୍ରଷ୍ଟ ପକ୍ଷରୁ ପଣା ବିତରଣ

ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ବ୍ଲକ ନେରଡ ପଞ୍ଚାୟତ ଯଶୋଟିକିରି ସ୍ଥିତ ଗୋପବନ୍ଧୁ ଟ୍ରଷ୍ଟ ପକ୍ଷରୁ ଆଜି ବୈଶାଖ ମାସର ପ୍ରଥମ ଦିନରେ ପଥଚାରୀ ମାନଙ୍କୁ ପଣା ବିତରଣ କରାଯାଇଛି । ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ସୁନାମୁହିଁ ପୀଠରେ ନିରାଡମ୍ବର ଭାବେ ଚଡକଯାତ୍ରା ଅନୁଷ୍ଠିତ ହେଉଥିଲେ ସୁଦ୍ଧା ଆଖପାଖ ଅଞ୍ଚଳର କିଛି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ସଭାପତି ବନମାଳୀ ପୃଷ୍ଟି ଓ ସମ୍ପାଦକ ଅକ୍ଷୟ ଶତପଥିଙ୍କ ନେତୃତ୍ୱରେ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କ ପାଇଁ ପଣା ବିତରଣ କରାଯାଇଥିଲା । ଏଥିରେ ସଦସ୍ୟ ଅବିଜିତ ସାହୁ, ଅବିନାଶ ଜେନା, ରାମଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ପୃଷ୍ଟି, ବିଶ୍ୱଜିତ ମହାରଣା, କେଶବ ଦଳାଇ, ସତ୍ୟସାଗର ଦଳାଇ, ଲକ୍ଷ୍ମଣ ସ୍ୱାଇଁ, ସୁନିଲ ପୃଷ୍ଟି , ଅମିତ ସାହୁ ପ୍ରମୁଖ ପଣା ବିତରଣ କରିଥିଲେ । ସେହିଭଳି ଆଜି ସଂକ୍ରାନ୍ତି ଉପଲକ୍ଷେ ବ୍ଲକର ପଞ୍ଚାୟତ ଅଧିନରେ ଜଳଛତ୍ର ଖୋଲାଯାଇଥିବା ଜଣାଯାଇଛି । ସରସଦା ଠାରେ ସରପଞ୍ଚ ମଣିକାଞ୍ଚନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଥଚାରୀ ମାନଙ୍କୁ ଥଣ୍ଡା ପାନୀୟଜଳ ବିତରଣ କରାଯାଇଥିବାବେଳେ ଅନ୍ୟାନ୍ୟ ପଞ୍ଚାୟତ ପକ୍ଷରୁ ମଧ୍ୟ ଘୋଳଦହି, ସର୍ବତ, ଥଣ୍ଡା ପାନୀୟଜଳ ବଣ୍ଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ