ବ୍ରହ୍ମପୁର କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର,(ଅନିଲ କୁମାର): ଠକେଇ ଅଗିଯୋଗ ଗୁରୁବାର ଗୋପାଳପୁର ବିଧାୟକ ଓ ପାଠକ ପିତା ଓ ପୁତ୍ରଙ୍କୁ ବ୍ରହ୍ମପୁର ଏସ୍ଡିଜେ ଏମ୍କୋର୍ଟରେ ହାଜର କରାଯାଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜନୈକ ପୁଲିସ କର୍ମଚାରୀଙ୍କ ପୁତ୍ର ଙ୍କୁ ଚାକିରୀ କରାଇବାର ପ୍ରତିଶୃତି ଦେଇ ୬ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ବୈଦ୍ୟନାଥ ପୁରଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲା ଭିତ୍ତିରେ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁତ୍ର ଆକାଶ ପାଠକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆଜି ବ୍ରହ୍ମପୁର ଏସ୍ଡ଼ିଜେଏମ୍ଙ୍କ ନିର୍ଦ୍ଦେଶ କ୍ରମେ ୩ ଟି ପୋଲିସ ଟିମ୍ ଭୁବନେଶ୍ୱର କାରାଗାରରୁ ୩ଜଣଙ୍କୁ ଆଣି ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପରେ ବରିଷ୍ଠ ଆଇନଜିବୀ ଦୀପକ ପଟ୍ଟନାୟକ ଅଭିଯୁକ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଜାମିନ୍ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଉକ୍ତ ଆବେଦନର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିବା ଏବଂ ଆସନ୍ତାକାଲି ସେମାନଙ୍କୁ ପୁଣି ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।


