ବାପାକୁ ଛୁରୀ ମାରି ହତ୍ୟା କଲା ପୁଅ
ବ୍ରହ୍ମପୁର,(ଅନିଲ କୁମାର): ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତସାଳବେଗ ନଗରରେ GK ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଶରତ ନନ୍ଦ (୬୪)। ଅଭିଯୁକ୍ତ ପୁଅ ଆଶିଷ ନନ୍ଦ (୩୨)କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ସୂଚନା ଅନୁସାରେ ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ଶରତ କୁମାର ନନ୍ଦ ନିଜ ଘରେ ପୁରୁଣା ଜିନିଷ ପତ୍ରକୁ ସାଇତି ରଖୁଥିଲେ। ବାପାଙ୍କର ଏଭଳି କାମକୁ ପୁଅ ଆଶିଷ ନନ୍ଦ ବାରମ୍ବାର ବିରୋଧ କରୁଥିଲେ।
ପୁଲିସ କହିବା ଅନୁସାରେ ଆଶିଷ ଆଜି ଉତ୍ତେଜିତ ହୋଇ ବାପାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ବାପା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପୁଅ ଚିନ୍ତାରେ ପଡ଼ି ଯାଇଥିଲା। ଶେଷରେ ସେ ଆମ୍ବୁଲାନ୍ସ ଡାକି ଗୁରୁତର ଅବସ୍ଥାରେ ବାପାଙ୍କୁ ନେବା ସମୟରେ ମୃତ୍ୟୁ ଘଟିଥିଲା। ସରୋଜଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବଡ଼ମେଡିକାଲର ଡାକ୍ତର ଅଜୟ ନାରାୟଣ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।


