କାଲିଠୁ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ
ଛତ୍ରପୁର (ଦେବଦତ୍ତ ମହାରଣା): ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏହି ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଉଛି । ଆସନ୍ତାକାଲି ମା ତାରା ତାରିଣୀଙ୍କ ହେବାକୁ ଥିବା ଚୈତ୍ର ମେଳା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତା ଛଡା ଜିଲ୍ଲାରେଆସନ୍ତା କାଲି ଠାରୁ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ସରିଛି । ଟିମ୍ ମଧ୍ୟ ଗଠନ ହୋଇସାରିଛି । ଏହି ଟିମ୍ ସ୍ୱତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରଥିବା ପ୍ରବାସୀ ଲିଖିତ ଭାବେ ତଥ୍ୟ ରଖିବେ ଏବଂ ଟିକାକରଣ ର ମଧ୍ୟ ତଥ୍ୟ ରଖିବେ । କୁମ୍ଭ ମେଳାରୁ ଫେରିଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନରେ ରହିବେ । ଜିଲ୍ଲାରେ ସମସ୍ତ ଯାତ୍ରାକୁ ବନ୍ଦ ରଖାଯିବ । କୌଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।


