ପଡ଼ିଗଲେ ମହିଳା ପୁଲିସ, ହାଲ୍ଚାଲ୍ ପଚାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପ୍ରଥମ ଜାତୀୟ ସିଆରଏସ୍ ପୁରସ୍କାର ସମାରୋହରେ ଜଣେ ମହିଳା ପୁଲିସ ହଠାତ୍ ତଳେ ପଡ଼ିଯିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟସ୍ତ ହୋଇ ପଡ଼ିଥିଲେ । ମଞ୍ଚ ଆଗରେ ଠିଆ ହୋଇଥିବା ଜଣେ ଦିଲ୍ଲୀ ମହିଳା ପୁଲିସଙ୍କ ଗୋଡ଼ ମକଚି ହୋଇଯିବାରୁ ସେ ତଳେ ପଡ଼ି ଯାଇଥିଲେ । ତେବେ ଏହି ସମୟରେ ଜାତୀୟ ସଂଗୀତ ବାଜୁଥିଲା । ଜାତୀୟ ସଂଗୀତ ଶେଷ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଙ୍ଗେସଙ୍ଗେ ଉକ୍ତ ମହିଳା ପୁଲିସଙ୍କ ନିକଟକୁ ଯାଇ ତାଙ୍କୁ ପାଣି ବଟଲ୍ ଦେଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉକ୍ତ ମହିଳା ପୁଲିସଙ୍କ ନିକଟରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ