କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ “ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ । ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା ପୂର୍ବତନ ବୟଫ୍ରେଣ୍ଡ୍ ରଣବୀର କପୁରଙ୍କ ସମ୍ପର୍କ ବିଷୟରେ ଖୋଲିଖୋଲି ମନ୍ତବ୍ୟ ଦେଇଛନ୍ତି । ସେ ଏହି ବିଷୟରେ ରଣବୀର କପୁରଙ୍କୁ ଇସାରା କରି କହିଛନ୍ତି- ଏମିତି ଏକ ସମୟ ଥିଲା ଯେ ମୁଁ ମୋ କାମ ଉପରେ କମ୍ ଧ୍ୟାନ ଦେଇ ଅଧିକ ମୋ ସମ୍ପର୍କ ଉପରେ ଦେଉଥିଲି । ମତେ ଏମିତି କରିବାକୁ ଭଲ ମଧ୍ୟ ଲାଗୁଥିଲା । ଏସବୁ କରୁଥିବାରୁ ମୋର କୌଣସି ଅବଶୋଷ ନ ଥିଲା ବୋଲି କ୍ୟାଟ୍ରିନା କହିଛନ୍ତି ସେ ଅଭିନୟ କରିଥିବା ରାଜନୀତି, ଜିନ୍ଦେଗି ନା ମିଲେଗି ଦାବାରା ଏବଂ ନ୍ୟୁୟର୍କରେ ତାଙ୍କୁ ଭିନ୍ନ ଧରଣର ଅଭିନୟ ପସନ୍ଦ ଆସିଥିବା ସେ କହିଛନ୍ତି । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଗଢ଼ି ଉଠିଥିବା ରଣବୀର-କ୍ୟାଟ୍ରିନା ସମ୍ପର୍କ ଛିନ୍ନ ହୋଇଥିବା ଲୋକଲାଚନକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ