ଓଡ଼ିଶା ଆସିବେ ଭାରତୀୟ ହକି ଟିମ
ଟୋକିଓ : ୪୧ ବର୍ଷ ପରେ ହକିରେ ଭାରତର ପଦକ ସ୍ୱପ୍ନ ପୂରଣ କରିଥିବା ଭାରତୀୟ ହକି ଦଳ ଆସନ୍ତା ୧୬ରେ ଓଡ଼ିଶା ଆସିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ । ହକି ଟିମ ବ୍ରୋଞ୍ଜ ମେଡ଼ାଲ ଜିତିବା ପରେ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆ କର୍ତୃପକ୍ଷ ଓ ଖେଳାଳୀଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କରିଛନ୍ତି । ଆସନ୍ତା ୧୬ରେ ଭୁବନେଶ୍ୱରରେ ସେ ହକି ଟିମକୁ ସ୍ୱାଗତ କରିବେ ବୋଲି କହିଛନ୍ତି । ହକି ଟିମ ସହ ସେ ଅଛନ୍ତି ବୋଲି ଖେଳାଳୀମାନଙ୍କୁ ଆଶ୍ୱାସନା ଦେଇଥିଲେ ।


