ଯୋଗେନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ମନୋନୀତ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳ ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ତାଲିକା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।ଏହା ମଧ୍ୟରେ ସାନଖେମୁଣ୍ଡିର ବରିଷ୍ଟ ବିଜେଡି ନେତା ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁଙ୍କୁ ପଞ୍ଚମଥର ପାଇଁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଛନ୍ତି।ଏକଦା ହିଞ୍ଜିଳି ବିଜ୍ଞାନ ମହାବିଦ୍ୟାଳୟ ସଭାପତି ଭାବେ ନିର୍ବାଚିତ ହୋଇ ତତ୍ କାଳୀନ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ , ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ରୂପେ ପ୍ରଥମେ ଦାୟିତ୍ଵ ନେଇଥିବାବେଳେ ,। ରାଜ୍ୟ ଓସ୍କାର୍ଡ ବ୍ୟାଙ୍କ୍ ସଭାପତି,ପଛୁଆ ବର୍ଗ ଅର୍ଥ ଉନ୍ନୟନ ନିଗମ ନିର୍ଦ୍ଦେଶକ ଭାବେ ରାଜ୍ୟ ସ୍ତରର ଉଚ୍ଚ ସଙ୍ଗଠନରେ ନିଜ ଦାୟିତ୍ଵ ସଠିକ୍ ଭାବେ ନିର୍ବାହ କରି ଆସୁଛନ୍ତି। ତନ୍ମ ମଧ୍ୟରେ ବିଜେଡିର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଗୁରୁ ଦାୟିତ୍ଵ ତୁଲାଇ ଆସିଥିବା ବେଳେ ବର୍ତମାନ ପାଇଁ ପଞ୍ଚମ ଥର ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ବଜାୟ ରଖିଛନ୍ତି।ସେ ଜଣେ କର୍ମଠ ଛାତ୍ର ନେତା ରୁ ବରିଷ୍ଟ ନେତା ରୂପେ ବିଜୁ ଜନତା ଦଳ ମଧ୍ୟରେ ନିଜର ଦାୟିତ୍ଵ ସମ୍ପନ୍ନ କରି ଆସିଛନ୍ତି। ଏ ଭଳି ଗୁରୁ ଦାଇତ୍ଵ ପାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଜିଲ୍ଲା ସମସ୍ତ ମନ୍ତ୍ରୀ ,ବିଧାୟକ ଓ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି।


