ବିଜେପି ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକାରିଣି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗଦେଇ ରାଜ୍ୟ ସରକାର ଓଡିଶାର ଯୁବ ସମାଜକୁ ପ୍ରତାରଣା କରିଛନ୍ତି ବୋଲି କହିଥିଲେ । ଓଡିଶାର ଯୁବକ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ଅଭାବରୁ ରାଜ୍ୟ ବାହାରେ ଦାଦନ ଖଟିବାକୁ ବାଧ୍ୟ ହେଉଛି । ଶାସକ ଦଳ ବିଜୁ ଯୁବ ବାହିନୀ, ମୁଁ ହିରୋ ଭଳି କାର୍ଯ୍ୟକ୍ରମରେ କେବଳ ଯୁବ ସମାଜକୁ ପଥଭ୍ରଷ୍ଟ କରାଯାଇ ନିର୍ବାଚନରେ ବ୍ୟବହାର କରିଛି ଓ ନିର୍ବାଚନରେ ଜିତିବା ପରେ ଯୁବକମାନଙ୍କୁ ଭୁଲି ଯାଇଛି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା କଲେଜକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ନାନା କେନ୍ଦ୍ରୀୟ ଯୋଜନାରେ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ଯୁବମୋର୍ଚ୍ଚା ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିଗତ ଦିନରେ ରାଜ୍ୟ ସରକାରର ନାନା ଦୁର୍ନୀତି ବିରୋଧରେ ଯୁବମୋର୍ଚ୍ଚାର ଆନ୍ଦୋଳନାତ୍ମକ କାର୍ଯ୍ୟକୁ ପ୍ରଶଂସା କରିବା ସହ ଯୁବମୋର୍ଚ୍ଚା କୁ ଅଧିକ କ୍ରିୟାଶୀଳ କରିବାକୁ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଡଃ. ପ୍ରକାଶ ଦଳାଇ, ଅମୃତ ରଞ୍ଜନ ସ୍ୱାଇଁ, ପ୍ରିତେଶ ବହିଦାର, ଅଭିମନ୍ୟୁ ଗୋଛାୟତ, ବିଜେପି ନେତା ବିଜୟ ପ୍ରଧାନ, ସୁନାକର ବେହେରା, ଲଲାଟକେଶରୀ ସାମଲ ଯୋଗଦେଇ ଯୁବମୋର୍ଚ୍ଚାକୁ ତୃଣମୂଳସ୍ତରରୁ ସଂଗଠିତ କରିବା ସହ ଜିଲ୍ଲାର ସ୍ୱାର୍ଥରକ୍ଷା ପାଇଁ ଯୁବମୋର୍ଚ୍ଚା ସର୍ବଦା ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛି ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦକ କ୍ରିଷ୍ଣପଦ ମଣ୍ଡଳ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ରତିରଞ୍ଜନ ଜେନା ବିବରଣୀ ପଠନ ଓ ଉପସଭାପତି ମାନସରଞ୍ଜନ ଦାସ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଜୀବନ ଦାଶ, ନିର୍ମଳ ସ୍ୱାଇଁ, ଲୋକନାଥ ବିଶ୍ୱାଳ, ଅବିନାଶ ସ୍ୱାଇଁ, ସନ୍ଦିପନୀ ଆର୍ଯ୍ୟକୁମାର, ବରାହ ପଣ୍ଡା, ପ୍ରକାଶ ତାଡୁ, ଜିତେନ୍ଦ୍ର ନାୟକ, ମୁକ୍ତିକାନ୍ତ ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିହାର ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।