ବ୍ରହ୍ମପୁରରେ ସିରିଜ ଲୁଟ୍
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରରେ ଗୋଟିଏ ରାତିରେ ଦୁଇ ଦୁଇଟି ଚୋରି ସେ ପୁଣି ଥାନା ଠାରୁ କିଛି ମାତ୍ର ଦୂରରେ, ଏହି ସିରିଜ ଚୋରି ବୈଦ୍ୟନାଥପୁର ଥାନା ନିକଟରେ ହୋଇଥିବା ବେଳେ ପୋଲିସ ଏହାର ଟେର ମଧ୍ୟ ପାଇ ପାରୁନାହିଁ । ତେବେ ପୋଲିସର ନାକ ତଳେ ଏପରି ଘଟାଇଛନ୍ତି ଚୋର । ବ୍ରହ୍ମପୁର ମହାନଗରରେ କୋର୍ଟପେଟା ଓ କମାପଲ୍ଲୀ ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ଲୁଟ୍ ହୋଇଛି । ଦୁଇଟି ଦୋକାନରୁ ଗତକାଲି ରାତିକ ମଧ୍ୟରେ ପ୍ରାୟ ୧୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ପୂର୍ବେ ଜେଲ୍ ନିକଟରେ ଥିବା ଏକ ପାନ ଦୋକାନରୁ ଦୁର୍ବୁତ୍ତମାନେ ଚୋରି କରି ବହୁ ସାମଗ୍ରୀ ଲୁଟି ନେଇଥିବା ବେଳେ ପୁଣି ଗୁରୁବାର ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ତଥା ତହସିଲ୍ ଅଫିସ ସମ୍ମୁଖ ପାର୍ଥ ପ୍ଳାଇଉଡ଼ ଦୋକାନରୁ ଦୁର୍ବୁତ୍ତମାନେ ନଗଦ ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ନୁଆବସ୍ ଷ୍ଟାଣ୍ଡ୍ ରୋଡ଼ ସ୍ଥିତ ଏସିଆନ୍ ଫୁଟେୱର୍ ଦୋକାନରୁ ୭ ଲକ୍ଷ ୪ ହଜାର ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଥିନେଇ ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାସ, ଏସ୍ଆଇ ବିଭୁତି ଭୂଷଣ ସେଠୀ ଓ ଅନ୍ୟ ପୋଲିସ ଅଧିକାରୀମାନେ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।


