କଂଗ୍ରେସ ଦଳର ନେତାଙ୍କ ବୈଠକରେ ଯୋଗଦେବେ ମମତା
କଲିକତା, (ୱାଇଏନ୍ଏସ୍): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜିତିବା ପରେ ମମତା ବାନାର୍ଜୀ ବର୍ତମାନ ବିରୋଧି ଦଳ ଗୁଡ଼ିକୁ ଏକଜୁଟ୍ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ମମତା ବାନାର୍ଜୀ କଂଗ୍ରେସର ମଧ୍ୟବର୍ତୀକାଳୀନ ଅଧ୍ୟକ୍ଷ ସୋନିଆଗାନ୍ଧୀଙ୍କ ପ୍ରସ୍ତାବିତ ବିରୋଧି ଦଳ ବୈଠକରେ ଯୋଗଦେବାକୁ ରାଜି ହୋଇଛନ୍ତି । ତୃଣମୂଳ କଂଗ୍ରେସ ସୂତ୍ରରୁ କୁହାଯାଇଛି ଯେ, ଅଗଷ୍ଟ ୨୦ରେ ସୋନିଆଗାନ୍ଧୀ ବିରୋଧି ଦଳର ନେତାଙ୍କ ଏକ ଭର୍ଚୁଆଲ ବୈଠକ ଡାକିଛନ୍ତି, ଯେଉଁଥିରେ ମମତା ବାନାର୍ଜୀଙ୍କ ସମେତ ବହୁ ବିରୋଧି ଦଳ ନେତାଙକ୍ୁ ନିମନ୍ତ୍ରଣ କରାଯାଇଛି । ବାନାର୍ଜୀ ଏହି ନିମନ୍ତ୍ରଣ ଗ୍ରହଣ କରିଛନ୍ତି ।ବାସ୍ତବରେ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିବା ମମତା ବାନାର୍ଜୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଦିଲ୍ଲୀରେ ରହିବା ସମୟରେ ମମତା କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଏବଂ ଅନ୍ୟ ନେତା ମାନଙ୍କୁ ମଧ୍ୟ ଭେଟିଥିଲେ । ଦୁଇ ନେତା ଏକାଠି କାମ କରିବାକୁ ରାଜି ହୋଇଥିଲେ । ଏହି ସଭାରେ ଯୋଗଦେବାକୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ରାଜି ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ସମାନ ଦଳକୁ ଏକତ୍ର କରିବା ପାଇଁ ଏକ ଅଭ୍ୟାସ ଚାଲିଛି ।


