ଆସାମରେ ଭୂକମ୍ପର ଝଟକା

କୋକରାଝାର, (ୱାଇଏନ୍‌ଏସ୍‌): ଆସାମର କୋକରାଝାର ଜିଲ୍ଲାରେ ସୋମବାର ଦିନ ମଧ୍ୟାହ୍ନ ୧ଟା ୧୩ ମିନିଟ୍ ୨୨ ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୦୪ ଥିଲା । ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହେବାର ଖବର ମିଳିନାହିଁ । କିନ୍ତୁ ଭୂକମ୍ପ ଝଟ୍‌କା ଅନୁଭୂତ ହେବାରୁ ଲୋକମାନେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ ।ସିସ୍ମୋଲୋଜି ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂକମ୍ପର କେନ୍ଦ୍ର ଆସାମର କୋକରାଝାର ଜିଲ୍ଲାର ମାଟିଠାରୁ ୧୦ କି.ମି. ତଳକୁ ଥିଲା । ଭୂକମ୍ପର ଏପି ସେଂଟର ୨୬.୩୧ ଉତର ଅକ୍ଷାଂଶ ତଥା ୯୦.୦୪ ପୂର୍ବ ଦେଶାନ୍ତର ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ