ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ କୁ ନେଇ ବିଜେଡି ର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକୁ ୫ଟି ଅଧିନ କୁ ନେଇ ସ୍ମାର୍ଟ ବିଦ୍ୟାଳୟ କରିବାକୁ ଏଠାରେ ବ୍ଲକ ପ୍ରଶାସନ ସ୍ମାର୍ଟ କ୍ଲାସ ସାଙ୍ଗକୁ ବିଦ୍ୟାଳୟ ର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି l ଏଥିପାଇଁ ସରକାର ପ୍ରାୟ ୪୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି l ତେବେ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ କୁ ନେଇ ବିଜେଡି ର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି l ବର୍ତ୍ତମାନ ର ବିଧାୟକ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଓ ବ୍ଲକ ଅଧକ୍ଷ ଙ୍କ ସମର୍ଥକ ମାନେ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରୁଥିବାବେଳେ ପୂର୍ବତନ ବିଧାୟକ ଓ ପୂର୍ବତନ ବ୍ଲକ ଅଧକ୍ଷl ଙ୍କ ସମର୍ଥକ ମାନେ ସେମାନଙ୍କୁ ବିରୋଧ କରି କାର୍ଯ୍ୟ ସ୍ଥାନ ରେ ବସି ରହି କାର୍ଯ୍ୟ କରାଇଦେଇନଥିଲେ l ଫଳରେ ଉଭୟ ଗୋଷ୍ଠି ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା l ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳ ରେ ପହଂଚି ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା l ତେବେ ଘଟଣାକୁ ନେଇ ସେଠାରେ ଏବେବି ଉତ୍ତେଜନା ଲାଗିରହିଛି l ଏ ସମ୍ପର୍କ ରେ ଅସ୍ତରଙ୍ଗ ବିଡ଼ିଓ ଡ. ବବିତା ମଞ୍ଜରୀ ନାୟକ ଙ୍କୁ ପଚାରିବାରେ ଅସ୍ତରଙ୍ଗ ବ୍ଲକ ର ୪ ଟି ବିଦ୍ୟାଳୟ କୁ ସ୍ମାର୍ଟ ବିଦ୍ୟାଳୟ ରେ ପରିଣତ କରିବାକୁ ନିଷ୍ପତ୍ତି ହୋଇ ଥିବା ଓ ୩ଟି ବିଦ୍ୟାଳୟ କାର୍ଯ୍ୟ ସୁଚାରୁରୂପେ ଚାଲିଥିବା ସୂଚନା ଦେଇଥିଲେ l ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ନିର୍ମାଣ ଦାୟିତ୍ୱ ବ୍ଲକ ଅଧକ୍ଷ ଙ୍କୁ ଦିଆ ଯାଇଥିବାବେଳେ କିଛି ଗୋଷ୍ଠି ତାହାକୁ ବିରୋଧ କରୁଛନ୍ତି l ଏ ସମ୍ପର୍କ ରେ ଜିଲ୍ଲାପାଳ ଓ ପି. ଡି ଙ୍କୁ ଅବଗତ କରାଯାଇଛି l ସେ ଯାହା ନିଷ୍ପତ୍ତି ନେବେ ତଦନୁସାରେ କାର୍ଯ୍ୟ ହେବ ବୋଲି କହିଥିଲେ l ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ କୁ ନେଇ ଦୁଇ ଶାସକ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେବା ଘଟଣା ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ