ବେଦାନ୍ତ ପକ୍ଷରୁ ଲାଞ୍ଜିଗଡର ୨୫ଟି ଗ୍ରାମକୁ ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ଯୋଗାଣ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦର ଭାରତର ସର୍ବବୃହତ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏବଂ ପାୱାର ବିଜନେସ, ଓଡିଶାର ଲାଞ୍ଜିଗଡର ୨୫ଟି ଗ୍ରାମରେ ସୌର ଆଲୋକ ଏବଂ ଫୁଏଲ୍ ଇଫିସିଏଂଟ୍ ଚୁଲାର ପ୍ରଚଳନ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ପାରମ୍ପରିକ ଇନ୍ଧନ ଏବଂ ପଦ୍ଧତି ବ୍ୟବହାର ଦ୍ୱାରା ଉତ୍ପନ୍ନ ହେଉଥିବା ନିର୍ଗମନକୁ ହ୍ରାସ କରିବା ସହିତ ସ୍ଥାନୀୟ ସମାଜର ସାମୂହିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ବେଦାନ୍ତ କାର୍ଯ୍ୟ ଧାରା ଜାରି ରଖିଛି । ୨୫ଟି ଗ୍ରାମରେ ୮୫୦ ଜଣ ହିତାଧିକାରୀଙ୍କୁ ସ୍ୱଚ୍ଛ ଆଲୋକ ଅର୍ନ୍ତଗତ ଇନିସିଏଟିଭରେ ଅର୍ନ୍ତଭୁକ୍ତ କରାଯାଇଛି ଏବଂ ଏହାଛଡା ୬ଟି ଗ୍ରାମରେ ୧୦୦ଜଣ ହିତାଧିକାରୀଙ୍କୁ ସ୍ୱୋଳ୍ପଇନ୍ଧନ ବ୍ୟବହୃତ ଚୂଲା ଯୋଗାଇ ଦିଆଯାଇଛି । ଏହି ଇନିସିଏଟିଭ ଦ୍ୱାରା କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ୬ ଲକ୍ଷ କିଲୋଗ୍ରାମରୁ ଅଧିକ ହ୍ରାସ କରାଯାଇ ପାରିଛି । କଳାହାଣ୍ଡି ଜିଲ୍ଲାର ଚିହ୍ନଟ ହୋଇଥିବା ୨୫ଟି ଗ୍ରାମ ଦୁର୍ଗମ ଅଂଚଳରେ ଅବସ୍ଥିତ । ଏାଂରେ ବିଦ୍ୟୁତ୍ ଯୋଗାଣ ନାହିଁ । ଫଳରେ ରାତିରେ ମହିଳାଙ୍କ ପକ୍ଷରେ ଘର କାମ କରିବା ଏବଂ ପିଲାଙ୍କ ପାଠପଢ଼ିବା ଅସମ୍ଭବ ହୋଇପଡୁଥିଲା । ସେମାନଙ୍କୁ ଏଥି ପାଇଁ କିରୋସିନି ଲ୍ୟାମ୍ପ ଉପରେ ନିର୍ଭର କରିବାକୁ ପଡୁଥିଲା । ପ୍ରତ୍ୟେକ ପରିବାର ପ୍ରତି ମାସରେ ପ୍ରାୟ ୨ ଲିଟର କିରୋସିନ ବ୍ୟବହାର କରୁଥିଲେ । ଏହା ଯୋଗୁ ବହୁ ଧୂଆଁ ନିର୍ଗତ ହେଉଥିବାରୁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିଲା । ତେବେ ସୌର ଲ୍ୟାମ୍ପ ଛୋଟ ପିଲା ଏବଂ ମହିଳାଙ୍କ ପାଇଁ ଏବେ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ସୂର୍ଯ୍ୟାସ୍ତ ପରେ ଏହା ଦ୍ୱାରା ପିଲାମନେ ୩-୪ ଘଂଟା ଅଧିକ ସମୟ ପାଠ ପଢ଼ିପାରୁଛନ୍ତି । ମହିଳାମାନେ ମଧ୍ୟ ସହଜରେ ଘର କାମ କରିପାରୁଛନ୍ତି । ସବୁଜ ଶକ୍ତିର ବ୍ୟବହାର ଦ୍ୱାରା ଘର ଭିତରର ପ୍ରଦୂଷଣ କମ୍ ହୋଇପାରୁଛି । ମହିଳା ଏବଂ ପିଲାଙ୍କ ପାଇଁ ଶ୍ୱାସକ୍ରିୟା ଜନିତ ସମସ୍ୟା ଆଶଙ୍କା ଦୂର ହୋଇ ପାରିଛି । ଏହା ଯୋଗୁ ସ୍ଥାନୀୟ ଦୋକାନୀମାନଙ୍କ ଆୟରେ ମଧ୍ୟ ବୃଦ୍ଧି ଘଟିଛି । ସେମାନେ ସନ୍ଧ୍ୟା ଏବଂ ରାତିରେ ଅଧିକ ସମୟ ଦୋକାନ ଖୋଲା ରଖିପାରୁଛନ୍ତି । ପୂର୍ବରୁ, ସ୍ଥାନୀୟ ଲୋକେ ରୋଷେଇ ପାଇଁ ପାରମ୍ପରିକ ଚୁଲା ଉପରେ ନିର୍ଭର କରୁଥିଲେ । ଯାହାଫଳରେ ଅଧିକ ଜାଳେଣୀ କାଠ ବ୍ୟବହାର ଯୋଗୁ ଏବଂ ବେଶି ଧୂଆଁ ସୃଷ୍ଟି ହେଉଥିଲା । ଗୋଟିଏ ପରିବାର ପ୍ରତି ମାସରେ ୨୦୦ କିଲୋଗ୍ରାମ ଜାଳେଣି କାଠ ବ୍ୟବହାର କରୁଥିଲେ । ଫଳରେ ପ୍ରତି ମାସରେ ୩୮୦ କିଲୋଗ୍ରାମ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହେଉଥିଲା । ପରିବାରଗୁଡିକରେ ଫୁଏଲ୍ ଇଫିସିଏଂଟ୍ ଚୁଲିର ବ୍ୟବହାର ଦ୍ୱାରା କାର୍ବନ ଡାଇଅକ୍ସାଇଡ ନିର୍ଗମନ ଅଧା କମିଛି । ଏହାଯୋଗୁ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କା ଦୂର ହୋଇପାରିଛି । ସେମାନେ ରୋଷେଇ ସମୟରେ ପ୍ରବଳ ଧୂଆଁ ଯୋଗୁ ସୃଷ୍ଟି ହେଉଥିବା ନିଶ୍ୱାସ ପ୍ରଶ୍ୱାସ ଅସୁବିଧାରୁ ମୁକ୍ତି ପାଇ ପାରିଛନ୍ତି । ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଲିମିଟେଡର ଆଲୁମିନା ବିଜନେସ ଡେପୁଟି ସିଇଓ ଜି.ଜି. ପାଲ୍ କହିଲେ, ଆମର ସାମାଜିକ ବିକାଶ ପଦକ୍ଷେପ ମାଧ୍ୟମରେ ଆମେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛୁ । କିରୋସିନ ଲ୍ୟାମ୍ପକୁ ସୌର ଲ୍ୟାମ୍ପ ଏବଂ ପାରମ୍ପରିକ ଚୁଲାକୁ ଫିଏଲ୍ ଇଫିସିଏଂଟ୍ ଚୁଲାରେ ପରିବର୍ତନ କରିପାରିଛୁ । ଏନେଇ ଆମେ ସ୍ଥାନୀୟ ଲୋକଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ । ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଜୀବନ ଧାରାରେ ପରିବର୍ତନ ଆମର ମୁକ୍ୟ ଳକ୍ଷ୍ୟ ପାଲଟିଛି । ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇବା ଏବଂ ଉନ୍ନତ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲାଗି ଆମେ ବିଭିନ୍ନ ଆର୍ଥିକ ଉପାୟ ସହାୟତାରେ କାର୍ବନ ଫୁଟ ପ୍ରିଂଟ ମଧ୍ୟ ହ୍ରାସ କରିବା କାର୍ଯ୍ୟ ଜାରି ରଖିଛୁ । ବେଲମ୍ବା ଗ୍ରାମର କୁଡୁଂଜି ମାଝି ଯିଏ ଏବେ ସୌର ଲ୍ୟାମ୍ପ ଏବଂ ସ୍ୱୋଳ୍ପଇନ୍ଧନ ବ୍ୟବହୃତ ଚୂଲାର ଜଣେ ହିତାଧିକାରୀ କହିଛନ୍ତି, ପ୍ରଥମେ ସଂନ୍ଧ୍ୟା ସମୟରେ ବିଦ୍ୟୁତ୍ କାଟ ହେତୁ ମୋର ପିଲାମାନେ ପାଠ ପଡିବା ପାଇଁ କିରୋସିନ ବ୍ୟବହୃତ ଲ୍ୟାମ୍ପ ଉପରେ ନିର୍ଭର କରୁଥିଲେ କିନ୍ତୁ ଏବେ ଆମ ପାଖରେ ସୌର ଲ୍ୟାମ୍ପ ଅଛି ଯାହାକି ମୋ ପିଲାମାନଙ୍କୁ ସଂନ୍ଧ୍ୟା ସମୟରେ ଦିର୍ଘ ସମୟ ଧରି ପାଠ ପଢିବାରେ ସାହାଯ୍ୟ କରୁଛି ତାହାନୁହେଁ ବରଙ୍ଗ ମତେ ମଧ୍ୟ ରାତ୍ରି ସମୟରେ ଘର କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରୁଛି, ସେଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି । ବେଦାନ୍ତ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ଏବଂ ମେଟାଲୋର୍ଜିକାଲ ଗ୍ରେଡ ଆଲୁମିନାର ମୁଖ୍ୟ ଉତ୍ପାଦକ । କମ୍ପାନୀର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଥିବା ଲାଞ୍ଜିଗଡ଼ରେ ଆଲୁମିନା ରିଫାଇନାରୀରୁ ବାର୍ଷିକ ୨ ନିୟୁତ ଟନ୍ ଆଲୁମିନା ଉତ୍ପାଦିତ ହୋଇଥାଏ । ୨୦୦୭ ମସିହାଠାରୁ ଭାରତର ଏହା ୯୦ ମେଗାୱାଟ କ୍ୟାପ୍ଟିଭ ପାୱାର ପ୍ଲାଂଟ ଜାରି ରଖିଛି । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ୍ ରହିଛି । କମ୍ପାନୀ ଆଗାମୀ ଦିନ ପାଇଁ ଆଲୁମିନିୟମକୁ ଭବିଷ୍ୟତ ମେଟାଲ ଭାବେ ଗ୍ରହଣ କରିବାର ଲକ୍ଷ୍ୟ ପୂରଣ ନିମନ୍ତେ ଉଦ୍ୟମ ଅବ୍ୟହତ ରଖିଛି ।


