ଧାନ କିଣା ପ୍ରଶିକ୍ଷଣ କର୍ମଶାଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଧାନକ୍ରୟ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ, ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକ ପ୍ରମୁଖ ଉପସ୍ଥିତ ରହି ନିର୍ଭୁଲ ପଞ୍ଜିକରଣ ପାଇଁ ସୂଚନା ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ସମିତି ସମ୍ପାଦକ, ଏସଏଚଜି ସଦସ୍ୟ, ରାଜସ୍ୱ ନିରୀକ୍ଷକ ଓ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଠାରେ ସୂଚିତ ଚଳିତ ମାସ୨୩ତାରିଖ ସୁଦ୍ଧା ଚାଷୀମାନେ ଧାନ ପଞ୍ଜିକରଣ ପାଇଁ ସମସ୍ତ କାଗଜପତ୍ର ଦାୟିତ୍ୱରେ ଥିବା ସଂସ୍ଥା ନିକଟରେ ଦାଖଲ କରିଛନ୍ତି। ପରବର୍ତ୍ତୀ ସମୟରେ ପଞ୍ଜିକରଣ ବାବଦରେ କୌଣସି ତ୍ରୁଟି ଦେଖାନଦିଏ ସେଥିପାଇଁ ଆଜି ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ