ମାଟ୍ରିକ ମେଧାବୀ ବିଦ୍ୟାର୍ଥୀଙ୍କୁ ପୁରସ୍କାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ସୁବର୍ଣ୍ଣମୁଖୀ ଉଚ୍ଚ ବିଦ୍ୟାଳୟ ଠାରେ ମ୍ୟାଟ୍ରିକ ବିଦ୍ୟାର୍ଥିଙ୍କୁ ଅଭିନନ୍ଦନ ଓ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷକ ଅଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୁରସ୍କାର ସମାରୋହ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ, ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶିକ୍ଷା ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଯୋଗଦେଇ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ତ୍ରିଲୋଚନ ନାୟକ ଅତିଥି ପରିଚୟ, ଶିକ୍ଷୟତ୍ରୀ ମାଣିକ ମହାରଣା ସ୍ୱାଗତ ଭାଷଣ, ସବିତା ନାୟକ ଉଦ୍ଦେଶ୍ୟଜ୍ଞାପନ କରିଥିବାବେଳେ ଶିକ୍ଷୟତ୍ରୀ ବାସନ୍ତୀ ନାୟକ ଧନ୍ୟବାଦ ଦେଇଥିଲେ। ପ୍ରତିଭାବାନ ଶିକ୍ଷାର୍ଥୀ ସତ୍ୟଜିତ ଦାସ, ମଧୁସ୍ମିତା ପରିଡା, ଚିନ୍ମୟୀ ମହାପାତ୍ର, ମଧୁସ୍ମିତା ଦାସ, ଶିବ ପ୍ରସାଦ ମହାଳିକଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନସୀ ନାୟକ, ପ୍ରେମ ଜେନା, ସସ୍ମିତା ପରିଡା, ସ୍ବୟଂ ପ୍ରଭା ଶତପଥୀ, କଲ୍ୟାଣି ନାୟକ, ନିତ୍ୟାନନ୍ଦ ବେହେରା, ନିରୂପମା ବୋଇତାଇ, ଶିଳ୍ପୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ।


