୨ ମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକଙ୍କୁ ତାମ୍ପରାରେ ସ୍ୱାଗତ

ଛତ୍ରପୁର, (ଦେବଦତ୍ତ ମହାରଣା) : ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ଆଜି ସ୍ମାର୍ଟ ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାଜ୍ୟର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକାର ଓ ପ୍ରେମାନନ୍ଦ ନାୟକଙ୍କ ସମେତ ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ନାୟକ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌସୁମୀ ବାଗ୍‌, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଘସିପୁର ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ବାଲିଗୁଡା ବିଧାୟକ ଚକ୍ରପାଣି କଅଁର, ଫୁଲବାଣି ବିଧାୟକ ଅଙ୍ଗଦ କଅଁର, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପାଟ୍ଟଣା ବିଧାୟକ ଜଗନ୍ନାଥ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍‌, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ତାମ୍ପରା ହ୍ରଦ ଠାରେ ଆଜି ଭବ୍ୟ ସ୍ୱାଗତ କରାଯାଇଥିଲା । ସକାଳ ସାଢେ ୮ଟାରେ ବିଧାୟକ ମାନେ ବୋଟ କ୍ଲବ ପରିସରରେ ପହଞ୍ଚିଥିଲେ । ଛତ୍ରପୁର ବୋର୍ଟ କ୍ଲବ ଠାରୁ ନବନିର୍ମିତ ପାର୍କ ଦେଇ ଅତିଥିମାନଙ୍କୁ ବ୍ୟାଟେରୀ ଚାଳିତ ଗାଡିରେ ନିଆଯାଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉତ୍ତରୀୟ ସହ ଗଞ୍ଜାମ ଜିଲ୍ଲାର ମିସନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ଆଚାର, ପାମ୍ପଡ, ବଢି ଓ ରନ୍ଧା ଗୁଡ ଆଦି ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବମକେଇ ପାଟରେ ତିଆରି ଉତ୍ତରୀୟ ସହ କିଆଫୁଲ ପାଖୁଡାରେ ତିଆରି ବ୍ୟାଗ ଉପହାର ଆକାରରେ ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ବିଏମସି କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଡିଆରଡିଏ ଏପିଡି ଜ୍ୟୋତି ଶଙ୍କର ରାୟ, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୂରୀ ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏଠାରେ ପ୍ରାତଃ ଭୋଜନ ପରେ ଅତିଥିମାନେ ତାମ୍ପରା ହ୍ରଦ ଓ ପାର୍କ ବୁଲି ଦେଖିଥିଲେ । ପରେ ସେଠାରୁ ଓଡିଶା ପର୍ଯ୍ୟଟନ ବିଭାଗର ଦୁଇଟି ଗାଡିରେ ଦୁଇ ମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ମା’ ତାରା ତାରିଣୀଙ୍କ ପ୍ରସିଦ୍ଧ ପୀଠକୁ ଦର୍ଶନ ପାଇଁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ