ପାରଳାର ଗୌରବ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଗର୍ବ ଗୌରବ ଓଡିଶୀ କଣ୍ଠଶିଳ୍ପୀ, ତବଲା ବାଦକ, ସଂଗୀତ ନିର୍ଦ୍ଦେଶକ ଶିରୋମଣି ଗୁରୁ ରଘୁନାଥ ପାତ୍ରଙ୍କୁ ରାଜ୍ୟସ୍ତରରେ ଓଡିଶୀ କଣ୍ଠଶିଳ୍ପୀ ଭାବେ ଗତ ୩୦ତାରିଖ ଦିନ ଭୁବନନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ସାହିତ୍ୟ ନାଟକ ଏକାଡେମୀ -୨୦୨୦ ପାଇଁ ପୁରସ୍କୃତ ହେବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସମ୍ମାନୀତ କରାଯାଇଥିଲା । ଗୁରୁ ରଘୁନାଥ ପାତ୍ର ପାରଳା ସହର ସମେତ ସମଗ୍ର ଜିଲ୍ଲା ତଥା ଦକ୍ଷିଣ ଓଡିଶାର ମାନ ଓ ଗୌରବ ବୃଦ୍ଧି କରିଥିବାରୁ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ପାତ୍ର, ସୋସିଆଲ ମିଡିଆ ସେଲ୍‌ର ସୁରେଶ କୁମାର ମାଝୀ, ବିଜେଡି ନେତା ଜଗନ୍ନାଥ ରାଜୁ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ