ଇନଟାକ ବାଲେଶ୍ୱର ଚାପ୍ଟରର ଦ୍ୱାଦଶ ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା ): ଇନଟାକ, ବାଲେଶ୍ୱର ଚାପ୍ଟରର ଦ୍ୱାଦଶ ବାର୍ଷିକ ପ୍ରତିଷ୍ଠା ଦିବସ ସ୍ଥାନୀୟ ଉଦ୍ୟୋଗଭବନ ପରିସରରେ ଗୁରୁବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଚାପ୍ଟରର ଦିବଂଗତ ଆବାହକ ହିମାଂଶୁ ଦାସଙ୍କ ସମେତ ପରଲୋକଗତ ଅନ୍ୟ ଦୁଇଜଣ ବରିଷ୍ଠ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଆବାହକ ଉଦୟ ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ସଂଗ୍ରାମ କୁମାର ଦାସବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ବିଶ୍ୱସ୍ତରୀୟ ଐତିହ୍ୟ ସୁରକ୍ଷାରେ ଇନଟାକର ଭୂମିକାକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଇନଟାକ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ନେଇ ସେ ଆଶାବ୍ୟକ୍ତ କରିଥିଲେ । ଏମିତିକି ଆଜୀବନ ସଭ୍ୟପଦ ଗ୍ରହଣ କରିବେ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ସୂଚନା ଦେଇଥିଲେ । ଇନଟାକ ଭୁବନେଶ୍ୱର ଚାପଟାରର ଆଜୀବନ ସଦସ୍ୟ ତଥା ଗବେଷକ ଅନୀଲ ଧୀର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱର ଚାପଟାରର ପ୍ରଶଂସନୀୟ କାର୍ଯ୍ୟଧାରା ଓ ଓଡ଼ିଶାରେ ଐତିହ୍ୟ ସୁରକ୍ଷାରେ ସରକାରୀ ଉଦାସୀନତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ସହ ଆବାହକ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଏବଂ ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁଦିବସ ଉପଲକ୍ଷେ ବାରବାଟୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପଣ୍ଡା ଏବଂ ରସାଳପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା । ସତ୍ୟନାରାୟଣ ନନ୍ଦ ଏବଂ ଅଖିଳ କୁମାର ଦାସ ମାନପତ୍ର ପାଠ କରିଥିଲେ । ଇନଟାକ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଲିଭା ଦାସ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ଚାପଟାରର ମୁଖପତ୍ର ‘ପରମ୍ପରା’ ଉନ୍ମୋଚିତ ହୋଇଥିଲା । ଟାପଟରର ଅତିରିକ୍ତ ସହ-ଆବାହକ ନିକୁଞ୍ଜ ବିହାରୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଂପାଦକ ଡ. ହରିଶ ଚନ୍ଦ୍ର ବେହେରା, ସହ-ସମ୍ପାଦକ ବିଶ୍ୱନାଥ ରଣାଙ୍କ ସମେତ ସଭ୍ୟ ଯଶୋଦା ନନ୍ଦନ ଆଶ, ମାତୃଦତ୍ତ ଦାସ, ଭାବଗ୍ରାହୀ ମହାନ୍ତି, ଶୀତିକଣ୍ଠ ଦିକ୍ଷୀତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ