ବାଲେଶ୍ୱର ଓକିଲ ସଂଘର ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ
ବାଲେଶ୍ୱର,(ଓ୍ବାଇଏନଏସ): ବାଲେଶ୍ୱର ଓକିଲ ସଂଘ ଆନୁକୂଲ୍ୟରେ ୫ଦିନ ବ୍ୟାପୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଏସୋସିଏସନ୍ମାନଙ୍କର କ୍ରିକେଟ୍ ମ୍ୟାଚ୍ ପରମିଟ୍ ପଡ଼ିଆ ଠାରେ ଉଦ୍ଘାଟିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ମୁଖ୍ୟଅତିଥି, ରେଜିଷ୍ଟର ସିଭିଲ୍କୋଟ୍ ସିତିକଣ୍ଠ ପ୍ରଧାନ, ଜିଲ୍ଲା ଏଥ୍ଲେଟିକ୍ ଏସୋସିଏସନ୍, କ୍ରିକେଟ୍ ସଂପାଦକ ଅଜିତ୍ ପାତ୍ର ପ୍ରମୁଖ ଉକ୍ତ ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସଭାରେ ବାର୍ ଏସୋସିଏସନ୍ର ସଭାପତି ମନୋଜ ନାୟକ ସଭାପତିତ୍ୱ କରିଥିଲାବେଳେ ସଂପାଦକ ସଂବିତ୍ ନନ୍ଦୀ, ମୁଖ୍ୟ ପରିଚାଳକ ପ୍ରଦୀପ କର, ଆୟୋଜକ ସୁଶିଲ୍ ଦତ୍ତ, ଅଭିଜିତ୍ ପଣ୍ଡା, ଜିତେନ୍ଦ୍ର ଉପାଧ୍ୟାୟ, ମହମ୍ମଦ ଇସଲାମ, ପ୍ରଭାତ ଦାସ, ଦେବବ୍ରତ ଦାସ, ପ୍ରତାପ ଦାସ, ବୀରେନ୍ ଜେନା, କିଶୋର ବଲ୍ଲଭ ଦାସ, ସୌରୀ ପରିଡ଼ା, ହେମଲତା ମହାପାତ୍ର, ମାନଗୋବିନ୍ଦ ସେଠୀ, ଅକ୍ଷୟ ପାତ୍ର, ଦୀନବନ୍ଧୁ ଦାସ, ମାନସ ଅଗସ୍ତୀ, ଗୌତମ ଦାସ, ସଂଜୟ ଚୌଧୁରୀ, କାମିନୀ ଚୌଧୁରୀ, ପ୍ରତୀପ ଦାସ, ଚକ୍ରଧର ମହାନ୍ତି, ପ୍ରଭାତ ବିଶ୍ୱାଳ, ତୁଷାର ମହାପାତ୍ର, ଗୋପାଳ ଶତପଥୀ ପ୍ରମୁଖ ଆଇନଜୀବୀ ଏହି କ୍ରିକେଟ୍ ମ୍ୟାଚ୍କୁ ପରିଚାଳନା କରିଥିଲେ। ବାର୍ ଏସୋସିଏସନ୍ ବାଲେଶ୍ୱର ଓ ଟ୍ୟାକ୍ସ ବାର୍ ଏସୋସିଏସନ୍ ମଧ୍ୟରେ ପ୍ରଥମ ପାଳି ମ୍ୟାଚ୍ ଖେଳାଯାଇଥିବା ବେଳେ ବାଲେଶ୍ୱର ବାର୍ ଏସୋସିଏସନ୍ ବିଜୟ ଲାଭ କରିଥିଲା। ଦ୍ୱିତୀୟ ପାଳି ଖେଳରେ ଜଳେଶ୍ୱର ବାର୍ ଏସୋସିଏସନ୍ ଓ ଆଦର୍ଶ ଟିମ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇ ଜଳେଶ୍ୱର ଟିମ୍ ବିଜୟ ଲାଭ କରିଥିଲା। ସରୋଜ ବେହେରା ଓ ଚିନ୍ମୟ କୁମାରଙ୍କୁ ମେନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଏହି ଖେଳକୁ ଚନ୍ଦନ କୁମାର ପାତ୍ର ଓ ରାଜିବ ପାତ୍ର ଏମ୍ପାୟାର ଭାବେ ପରିଚାଳନା କରିଥିଲେ। ସମସ୍ତ ଦଳର ଖେଳାଳୀମାନେ ଅତି ଉଚ୍ଚକୋଟୀର ଖେଳ ପରିଚାଳନା କରିଥିଲେ ଓ ଦର୍ଶକମାନେ ଉତ୍ସାହର ସହିତ ଉପଭୋଗ କରିଥିଲେ। ଆସନ୍ତାକାଲି ଗଞ୍ଜାମ ବାର୍ ଏସୋସିଏସନ୍ ସହିତ ବୋର୍ଡ଼ ଅଫ୍ ରେଭିନ୍ୟୁ ମଧ୍ୟରେ ପ୍ରଥମ ପାଳି ଖେଳ ଓ ଦ୍ୱିତୀୟ ପାଳିରେ ହାଇକୋର୍ଟ ବାର୍ ଏସୋସିଏସନ୍ ସହିତ କଂଜୁମାର ବାର୍ ଏସୋସିଏସନ୍ କଟକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଶରତ ମହାପାତ୍ର ଧନ୍ୟବାଦ ଦେବା ସହ ସମସ୍ତ ଖେଳାଳୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।


