ଛତ୍ରପୁର କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ : ନବନିଯୁକ୍ତ ପ୍ରଦେଶ କଂଗ୍ରସ ଏସସି ସେଲ୍ ର ସଂଯୋଜକଙ୍କୁ ସମ୍ବର୍ଦ୍ଦନା
ଛତ୍ରପୁର (ଦେବଦତ୍ତ ମହାରଣା): ପୁରୁଣା ଛତ୍ରପୁର ସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର କଂଗ୍ରେସ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୂର୍ବତନ ସରପଂଚ ତଥା ରାଜୀବଗାନ୍ଧୀ ପଂଚାୟତ ରାଜ ସଂଗଠନର ଛତ୍ରପୁର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ତଥା ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ ଏସସି ସେଲ୍ ର ସଂଯୋଜକ ଭାଗିରଥି ବେହେରା ଯୋଗ ଦେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ନିମନ୍ତେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ସଭାପତି ଏନ୍ ଗଣେଷ ରେଡ୍ଡି, ଛତ୍ରପୁର ନଗର ସଭାପତି ଜଲାଲ୍ ଖାନ୍, ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ଛତ୍ରପୁର ନଗର ସଭାପତି ଜି. ଶ୍ରୀନିବାସ ରାଓ, ଛାତ୍ର ନେତା ମହେଶ ଗୌଡ, ଯୁବ ନେତା କାଳିଆ ରାଉଳ, ଆଇନଜିବୀ ବାବୁ ନାହାକ, ସୋମନାଥ ପଣ୍ଡା, ଚକ୍ରପାଣି ପଲାଇ, ରାକେଶ କୁମାର ଆଚାର୍ଯ୍ୟ, ସୁବୋଧ ସୁମନ ସ୍ୱାଇ. ଚନ୍ଦ୍ର ଶେଖର ରେଡ୍ଡି, ଟୁନା ଶତପଥିଙ୍କ ସମେତ ଛତ୍ରପୁର ଓ ଗଞ୍ଜାମ ବ୍ଲକର ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ଏସସି ସେଲ ର ସଂଯୋଜକ ଭାଗିରଥି ବେହେରାଙ୍କୁ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ ।


