ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ: ଯିଏ ଲୋକଙ୍କ ସାଥିରେ ଥିବ ସେ ହେବ ପ୍ରାର୍ଥୀ: ନିରଞ୍ଜନ
ଭଣ୍ଡାରିପୋଖର (ଦୁର୍ଯୋଧନ ଲେଙ୍କା ): ଦିଲ୍ଲୀ କିମ୍ବା ଭୁବନେଶ୍ୱରରେ ପହଁଚିଲେ କେହି ଯେ ଦଳୀୟ ଟିକେଟ ପାଇବ ତାହା ଭାବିବା ଭୁଲ। ତୃଣମୂଳ ସ୍ତରରୁ ଯିଏ ଲୋକଙ୍କ ସାଥିରେ ଥିବ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ଅଗେଇବେହେରା ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କର୍ମୀ ମାନଙ୍କୁ ସୂଚନା ଦେଇଛନ୍ତି। ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶାସନ ବ୍ୟବସ୍ଥାକୁ କଟାକ୍ଷ କରିଥିବାବେଳେ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପାଗ ଭିଡ଼ିବା ଉଚିତ ବୋଲି ସେ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ପ୍ରାର୍ଥୀନୀ ମଧୁମିତା ସେଠୀ, ଜିଲ୍ଲା ସଭାପତି ସୁବ୍ରତ ଦାସ, ବ୍ଲକ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ନାୟକ, ନର ନାରାୟଣ ଜେନା, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ନିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଭାରତୀ, ରବି ରାୟ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ ନାୟକ , ନଟବର ରାଉଳ, ମହେଶ୍ୱର ଦାସ, ବିଶ୍ୱନାଥ ବାରିକ, ପ୍ରଶାନ୍ତ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜେନ୍ଦ୍ରପୁର, ତେସିଙ୍ଗା, ପାଟୁଳି ପଞ୍ଚାୟତର କିଛି କର୍ମୀ ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଥିଲେ। ବ୍ଲକ ଅଧିନ ୨୩ଗୋଟି ପଂଚାୟତ ର ପ୍ରାୟ ୨୩୦ଜଣ କର୍ମକର୍ତ୍ତାଙ୍କୁ ପିସିସି ସଭାପତି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଆୟୋଜିତ ସଭାରେ କଂଗ୍ରେସ ଦଳର ବରିଷ୍ଠ , ଛାମୁଆ, ଓ ଯୁବ କର୍ମୀ ମାନେ ଯୋଗ ଦେଇଥିବା ବେଳେ ସର୍ବଶ୍ରୀ ରମେଶ ଭାରତୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


