ଉତ୍ତରପ୍ରଦେଶରେ ସାଢ଼େ ଚାରିବର୍ଷରେ ୧୫୦ ଅପରାଧିଙ୍କୁ ଏନକାଉଂଟର

ଗ୍ୟାଙ୍ଗଷ୍ଟାର ଆକ୍ଟରେ ୩୭୦୦ରୁ ଅଧିକ ଗିରଫ, ୫୫୦ରୁ ଅଧିକଙ୍କ ଉପରେ ଏନଏସଏ, ୧୫ ଶହ କୋଟିରୁ ଅଧିକ କଳାଧନ ଜବତ

ଲକ୍ଷ୍ନୌ: ସାଢ଼େ ଚାରି ବର୍ଷ ପୂର୍ବରୁ ଉତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ରାଜ୍ୟକୁ ଅପରାଧମୁକ୍ତ କରିବା ପାଇଁ ସଂକଳ୍ପ କରିଥିଲେ । ଏହାପରେ ରାଜ୍ୟରେ ଏନ୍‌କାଉଂଟରର ଖବର ସାମନାକୁ ଆସୁଥିଲା । ଏହି କାରଣରୁ ଅପରାଧିଙ୍କ ଭିତରେ ୟୁପି ପୋଲିସ୍‌ର ଭୟ ଏବେ ମଧ୍ୟ ରହିଛି । ରାଜ୍ୟରେ ପୋଲିସ୍ ଡରରେ ବଡ଼ ବଡ଼ ଅପରାଧି ଏବଂ ମାଫିଆ ରାଜ୍ୟ ଛାଡ଼ି ପଳାଇଯାଇଛନ୍ତି ବା ଆତ୍ମସମର୍ପଣ କରିଛନ୍ତି ।ସୂଚନାଯୋଗ୍ୟ ଯେ ବିଜେପିର ଲୋକ କଲ୍ୟାଣ ପତ୍ର- ୨୦୧୭ରେ ଗୁଣ୍ଡାରାଜର ମୂଳୋତ୍ପାଟନ କରିବାର ସଂକଳ୍ପ ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଯେ କେବଳ ବିଜେପିର ସଂକଳ୍ପ ପତ୍ରର ଶପଥକୁ ପୁରା କରିଛନ୍ତି, ତା ନୁହେଁ ବରଂ ତା’ ଠାରୁ ଏକପାଦ ଆଗକୁ ବଢ଼ି ଭବିଷ୍ୟତରେ ମାଫିଆ ଏବଂ ଗୁଣ୍ଡାଙ୍କ ପାଇଁ ୟୁପିର ରାସ୍ତା ବନ୍ଦ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ଅପରାଧି ଜେଲ୍‌ରେ ରହିବା ବା ରାଜ୍ୟ ବାହାରେ । କେବେ ପୋଲିସ୍ ପ୍ରଶାସନକୁ ଆଖି ଦେଖାଉଥିବା ମାଫିଆ, ଅପରାଧିଙ୍କ ଉପରେ ଏହି ସାଢ଼େ ଚାରିବର୍ଷରେ ୟୁପି ପୋଲିସ୍ କହର ବନକର୍ ଟୁଟି ହେ । ପୋଲିସ୍ କେବଳ ମୁକ୍ତାର ଅଂସାରୀ ଏବଂ ଅତୀକ ଅହମ୍ମଦଙ୍କୁ ନୁହେଁ, ବଲ୍‌କି ରାଜ୍ୟର ଦୁଇ ଡଜନରୁ ଅଧିକ ବଡ଼ ମାଫିଆଙ୍କୁ ଜେଲ୍‌କୁ ପଠାଇ ସେମାନଙ୍କ ନେଟୱାକ୍‌କୁ ଧ୍ୱଂସ କରିଛି ।ରାଜ୍ୟ ସରକାରଙ୍କ ଏକ ପ୍ରବକ୍ତା ରବିବାର ଦିନ କହିଛନ୍ତି ଯେ ଆଇନ ଶୃଙ୍ଖଳା ବ୍ୟବସ୍ଥା ମଜବୁତ କରିବା ପାଇଁ ରାଜ୍ୟରେ ପୁର୍ଣ୍ଣ ପାରଦର୍ଶିତାର ସହ ଏକ ଲକ୍ଷ ୩୮ ହଜାର ପୋଲିସ୍ କର୍ମିଙ୍କ ନିଯୁକ୍ତି ସହିତ ସମସ୍ତ ଏକହଜାର, ୫୩୫ ଥାନାରେ ମହିଳା ହେଲ୍ପ ଡେକ୍ସ ଏବଂ ୨୧୩ ନୂଆ ଥାନାର ନିର୍ମାଣ ହୋଇଛି । ଲକ୍ଷେ୍ଣø, ନୋଏଡା, ବାରାଣସୀ, କାନପୁରରେ ପୋଲିସ୍ କମିଶନର ସିଷ୍ଟମକୁ ଲାଗୁ କରାଯାଇଥିଲା । ଆଂଟି ଭୂ ମାଫିଆ ଟାସ୍କ ଫୋର୍ସର ଗଠନ କରି ଅପରାଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ସହ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଅଭିଯାନ ଚଳାଉଥିବା ଯୋଗୀ ସରକାର ମହିଳା ସହିତ ଯୋଡ଼ିଥିବା ଅପରାଧ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଏକ ରେକର୍ଡ଼ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ