ଏକଦିବସୀୟ ଲୋକନୃତ୍ୟ କର୍ମଶାଳା
ବେଲଗୁଣ୍ଠା, (ବେଲଗୁଣ୍ଠା, ସନ୍ତୋଷ ବିଶୋୟୀ): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଅଧୀନସ୍ଥ ମାଆ ବୁଢାକେନ୍ଦୁ ପୀଠରେ ଏକ ଏକଦିବସୀୟ ଲୋକନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ କଳା ସଂସ୍କୃତି ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇ ସରକାରଙ୍କ ଦ୍ୱାରା ପ୍ରଣୀତ କଳାକାର ଯୋଜନା ଗୁଡ଼ିକ କିପରି ପ୍ରକୃତ କଳାକାରଙ୍କ ନିକଟରେ ପହଞ୍ଚି ପାରିବ ସେ ସମ୍ପର୍କରେ ଉପସ୍ଥିତ ଲୋକନୃତ୍ୟ କଳାକାରଙ୍କୁ ଗୁରୁମନ୍ତ୍ର ଦେଇଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ନିଶଙ୍କ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଳା ଉପସଭାପତି ସନ୍ତୋଷ କୁମାର ପାଢୀ, ବରିଷ୍ଠ କଳାକାର କାଳୁ ଚରଣ ସାହୁ, ଭଞ୍ଜନଗର ଉପସଭାପତି ଜଗଦୀଶ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼,ବେଲଗୁଣ୍ଠା ଏସ୍ଇଓ ସୁମନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ବିଭିନ୍ନ ଲୋକନୃତ୍ୟ ତଥା ଦାସକାଠିଆ, ପାଲା ପରିବେଷଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ପଣ୍ଡା, ଭଜରାମ ଡାକୁଆ, ଅଜିତ୍ କୁମାର ଶତପଥୀ ଏବଂ କୀର୍ତ୍ତନ ଖଟେଇ ପ୍ରମୁଖ ସହଯୋଗ କରିଥିଲେ I ଆଗାମୀ ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ କଳା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଖୁବଶୀଘ୍ର ସରକାରୀ ପଞ୍ଜୀକୃତ କରାଇ ସେମାନଙ୍କ ସମସ୍ତ ସୁବିଧା ଅସୁବିଧାକୁ ଏକତ୍ରିତ ଭାବେ ସମାଧାନ କରିବା ପାଇଁ ଉପସ୍ଥିତ କଳାକାର ମାନେ ସଂକଳ୍ପ ନେଇଥିଲେ I କର୍ଯ୍ୟକ୍ରମରେ ସମାଜସେବୀ ନିକୁଞ୍ଜ ବିହାରୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ କଳାକାର ସୂର୍ଯ୍ୟମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I


