ମୋବାଇଲ୍ ଚୋରି ଘଟଣାରେ ଜଣେ ଯୁବକ ଗିରଫ , ପରେ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍‍ଗ୍ରାହୀ): ସାହାସପୁର ଗ୍ରାମର ଶ୍ରୀ ବାଳକୃଷ୍ଣ ପାତ୍ର ତାଙ୍କର ମୋବାଇଲ୍ ଚୋରି ଘଟଣା ବିଷୟରେ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ,ଉକ୍ତ ଅଭିଯୋଗକୁ ଆଧାର କରି ପାଟପୁର ଥାନ ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବ୍ ଇନ୍ସପେକ୍ଟର ଶ୍ରୀ ଟୁନା ପିଡ଼ିକା ତଦନ୍ତ ଆରମ୍ଭ କରି ସାହାସପୁର ଗ୍ରାମର ଏ.ଗଣେଶ ପାତ୍ର ନାମକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ମୋବାଇଲ୍ ଚୋରି କରିଥିବା ସ୍ବୀକାର କରିଥିଲା,ସଂପୃକ୍ତ ମୋବାଇଲ୍ ଚୋର ନିକଟରୁ ୨୦ ଟି ମୋବାଇଲ୍ ମଧ୍ୟରୁ ୧୭ ଟି ଆଣ୍ଡ୍ରଏଡ,୩ଟି କିପ୍ୟାଡ ସହ ୪ ଟି ଗାଡି ବ୍ୟାଟେରୀ ଜବତ କରାଯାଇଥିଲା, ତା ସହ ମୋବାଇଲ୍ ର ପ୍ରକୃତ ଦାବିଦାର ୬ ଜଣଙ୍କୁ ମୋବାଇଲ୍ ଫେରସ୍ତ କରାଯାଇଥିଲା। ଆଜି ପାଟପୁର ଥାନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତ ରେଗଞ୍ଜାମ ଅତିରିକ୍ତ ଏସପି ଶ୍ରୀ ପ୍ରଦୀପ କୁମାର ଦଳେଇ ସୂଚନା ଦେଇଥିଲେ।ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପାଟପୁର ଥାନା ନମ୍ବର ୩୦୦/୨୧ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାଟପୁର ଆମ ପୋଲିସ ସମିତି ତଥା ପାଟପୁର ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ,ପାଟପୁର ପୂର୍ବତନ ସମିତି ସଭ୍ୟ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ,ସରପଂଚ ଶ୍ରୀ ବାବୁ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ