ମୟୁରନଚାରେ ସରକାରୀ ଯୋଜନାର ସଫଳ ରୁପାୟନ ଲାଗି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମୟୁରନଚା ଠାରେ ସରକ।।ରୀ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୁପାୟନ ନିମନ୍ତେ ୬ଟି ଗ୍ରାମର ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକ ବଣଜଂଗଲ ଘେରାରେ ରହିଥିବାରୁ ସରକାରଙ୍କ କୌଣସି ଯୋଜନା ଗୁଡିକ ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହି ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବାବେଳେ ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ବ୍ୟକ୍ତିଗତ ଅଧିକାର କିମ୍ବା ଅଞ୍ଚଳର ପୁରାତନ ଜନବସତି ଯଥା ମଲ୍ଲିପସି, ସରମୁଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା, ଭଅଁରା ଆଦି ଗ୍ରାମକୁ ରାଜସ୍ୱଗ୍ରାମର ମାନ୍ୟତା ମିଳିପାରୁ ନଥବବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାନେଇ ଗ୍ରାମବାସୀମାନେ ଆଲୋଚନା କରିଥିଲେ । ଆର.ସି.ଡି.ସି ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବନପାଳ ଦିବାକର ମୁଣ୍ଡା, ଆଇସିଡିଏସ ର ସୁପରଭାଇଜର ରେଣୁବାଳା ଜେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ପୁର୍ବତନ ସମିତିସଭ୍ୟ ରାମସିଂ ହୋ ପ୍ରମୁଖ ଯୋଗଦେଇ କିପରି ଏହି ଅଞ୍ଚଳର ଲୋକମାନେ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ଯୋଜନା ଗୁଡିକର ସଫଳତା ପାଇପାରିବେ ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ ମଧ୍ୟ କରାଯାଇଥିଲା । ଶେଷରେ ଆର.ସି.ଡି.ସିର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶହଶହ ସଂଖ୍ୟାରେ ଗ୍ରାମବାସୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ