ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ଶାଖାର ଅଷ୍ଟମ ସାମ୍ବିଧାନିକ ସମ୍ମିଳନୀ ଆଜି ସ୍ଥାନୀୟ ସେଣ୍ଟଜୋସେଫ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କ୍ଷୀରୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ପ୍ରାରମ୍ଭରେ ଭାବଗ୍ରାହୀ କଳାନିକେତନର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ତପନ କୁମାର ସିଂ ସମ୍ପାଦକୀୟ ବିବରଣୀ ପାଠ ସହିତ ଗତ ୩ବର୍ଷର ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଓଷ୍ଟାର ପ୍ରାକ୍ତନ ଯୁଗ୍ମସମ୍ପାଦକ ଅକ୍ଷୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାର ବିପର୍ଯ୍ୟୟ କିଭଳି ଘଟିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓଷ୍ଟା କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ଓଷ୍ଟା ସମ୍ପାଦକ ନିର୍ମଳ କୁମାର ଜେନା, ଉପସଭାପତି ଅଧିକାରୀ ରାଧାକାନ୍ତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ପ୍ରାକ୍ତନ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ପ୍ରାକ୍ତନ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ପ୍ରାକ୍ତନ ଶିକ୍ଷା ପ୍ରଦୀପ ସମ୍ପାଦକ କାଳୀ ପ୍ରସାଦ ନାୟକ. ସେଣ୍ଟ ଜୋସେଫ ସ୍କୁଲ ଅଧ୍ୟକ୍ଷ ଫାଦର ନବକିଶୋର ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମ୍ପର୍କରେ ଆଲୋଚନା କରିବା ସହ ନୂତନ ରୂପେ ପ୍ରଚଳିତ ହେବାକୁ ଯାଉଥିବା ଜାତୀୟ ଶିକ୍ଷା ନୀତି ଉପରେ ବିଷଦଭାବେ ଆଲୋକପାତ କରିଥିଲେ । ଓଡିଶାରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ପାଇଁ ଆବଶ୍ୟକ ଭିତ୍ତିଭୂମୀ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରାକ୍ତନ ସମ୍ପାଦକ ନିର୍ମଳ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀକୁ ଜିଲ୍ଲା ଓଷ୍ଟାର ବରିଷ୍ଠ ଉପସଭାପତି ତ୍ରୈଲୋକ୍ୟ ମିଶ୍ର, ଅଲେଖ ଚନ୍ଦ୍ର ମହାନ୍ତି, ଅରବିନ୍ଦ ନାୟକ, ବାବାଜୀ ଚରଣ ଦାସ, ଭଗବାନ ସାହୁ, ଚିତ୍ତରଞ୍ଜନ କବି, ରମେଶ ଚନ୍ଦ୍ର ସାହୁ, ଅଶୋକ କୁମାର ମହାପାତ୍ର, ଅଶୋକ କୁମାର ପରିଡା, ସରୋଜକାନ୍ତ ଜେନା, ବିଚିତ୍ର କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଆସନ୍ତା ତିନିବର୍ଷ ପାଇଁ ସହମତି ଭିତ୍ତିରେ ଜିଲ୍ଲା ପରିଚାଳନା କମିଟି ଗଠନ କରାଯାଇଥିଲା । ମନୋନୀତ ହୋଇଥିବା କାର୍ଯ୍ୟକାରୀ କମିଟିର ସଭ୍ୟମାନେ ହେଲେ ସଭାପତି ପ୍ରମୋଦ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପରିଡା, ଉପସଭାପତି (୧) ମହେଶ୍ୱର ରାଉତ, ଉପସଭାପତି (୨) ଅଶୋକ କୁମାର ପରିଡା, ଉପସଭାପତି(୩) ଅନ୍ନପୂର୍ଣ୍ଣା ସାହୁ, ସମ୍ପାଦକ ନିର୍ମଳ କୁମାର ନାୟକ, ଯୁଗ୍ମ ସମ୍ପାଦକ (୧) ଟିଟିକାନ୍ତ ନାୟକ, ଯୁଗ୍ମ ସମ୍ପାଦକ (୨) ପ୍ରସନ୍ନ କୁମାର ପରିଡା, ଯୁଗ୍ମ ସମ୍ପାଦକ (ମହିଳା) ରିନା ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ଅଶୋକ କୁମାର ବିଶ୍ୱାଳ, ଅମର କୁମାର ବାରିକ, ରମେଶ ଚନ୍ଦ୍ର ସାହୁ ଓ ବଙ୍କିମ ବିହାରୀ ମହାନ୍ତି । ସହଯୋଗୀ ସଦସ୍ୟ ସରୋଜିନୀ ସ୍ୱାଇଁ, ଚିତ୍ତରଞ୍ଜନ କବି, ସରୋଜ କାନ୍ତ ଜେନା ଓ ରଘୁନାଥ ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ