ବାତ୍ୟା ଗୋଲାବରେ ଜନସାଧାରଣଙ୍କୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):- ସମଗ୍ର କନ୍ଧମାଳ ଜିଲ୍ଲା ରେ ବାତ୍ୟା ଗୋଲାଵ ରୁ ଜନସାଧାରଣଙ୍କୁ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏହାସହିତ ବ୍ଳକର ବିଭିନ୍ନ ଅଞ୍ଚଳରେ କାର୍ୟ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସମାଜ ସେବୀ ମାନେ ମଧ୍ୟ ଏହି ସଚେତନ କାର୍ୟ୍ୟ କରୁଥିବା ଦେଖିବାକୁ ମିଳିଛି କ୍ଷ ଯେପରି କି ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପ୍ରଶାସନଙ୍କ ସହିତ ପୂର୍ବତନ କମିଶନର ତଥା ସମାଜସେବୀ ଅମିରଚାନ୍ଦ ନାୟକ ତାଙ୍କ ସହଯୋଗୀଙ୍କ ସହ ସରାମୁଳି ,ତାଜୁଙ୍ଗି, ହାତୀମୁଣ୍ଡା , ଗଦାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ବାତ୍ୟା ସମୟରେ କିପରି ରହିବେ , ଆବଶ୍ୟକ ଜିନିଷ ରଖିବା ଓ ବିଶେଷ ଅସୁବିଧା ହେଲେ ତୁରନ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ସୁଚନା ଦେବା ପାଇଁ ବାର୍ତା ଦେଉଥିବା ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ସମିତି ଅଧ୍ୟକ୍ଷ ରୁଦା ମଳିକ, ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ବରିଷ୍ଠ କଂଗ୍ରେସ କର୍ମୀ ବିଦ୍ୟାଧର ମଳିକ ପ୍ରମୁଖ ସାମିଲ୍ ହୋଇ ଅଞ୍ଚଳର ଜନସାଧାରଣ ଙ୍କୁ ସଚେତନ କରିଥିଲେ ।


