ପିଏମ୍ ସ୍ୱାମୀତ୍ୱ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୂଆ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମାଂଚଳକୁ ଉନ୍ନତମାନର କରାଯିବା ସହ ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତିର ମ୍ୟାପିଂ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଗାଁରେ ଥିବା ଜମିର ସର୍ଭେ ଏବଂ ଏହାର ରେକର୍ଡ ଅଫ୍ ରାଇଟ ବହୁ ପୁରୁଣା । ଓଡ଼ିଶା ସମେତ ଭାରତରେ ଅନେକ ଜନବସତି ଅଂଚଳରେ ସର୍ଭେ ହୋଇନାହିଁ । ଫଳସ୍ୱରୂପ ରାଜ୍ୟର ଗ୍ରାମାଂଚଳ ମାନଙ୍କରେ ଭୂସମ୍ପତିର ମାଲିକାନାରେ ଥିବା ବ୍ୟକ୍ତି ବିଶେଷମାନଙ୍କ ପାଖରେ ନିଜ ସମ୍ପତିର କୌଣସି ଆଇନଗତ ତଥ୍ୟ ନାହିଁ । ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ସଠିକ୍ ଦସ୍ତାବିଜ୍ ନଥିବା କାରଣରୁ ଗାଁ ମାନଙ୍କରେ ଥିବା ବାସଗୃହ ଏବଂ ଜମି ସମ୍ପତିର ସଠିକ୍ ସମ୍ଭାବନାର ଉପଯୋଗ ହୋଇପାରୁନାହିଁ ଏବଂ ପଡ଼ୋଶୀଙ୍କ ମଧ୍ୟରେ ବୁଝାମଣା ଅଭାବ ରହୁଛି । ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪, ୨୦୨୦ରେ ପିଏମ୍‌ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ । ଗ୍ରାମାଂଚଳ ଜନବସତି ଅଂଚଳରେ ଭୂସମ୍ପତିର ମାଲିକାନା ସ୍ପଷ୍ଟ କରିବା ଦିଗରେ ଥିଲା ଏହି ସଂସ୍କାରମୂଳକ ପଦକ୍ଷେପ । ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଓ ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କୁ ତାଙ୍କ ଭୂସମ୍ପତିର ରେକର୍ଡ ଅଫ୍ ରାଇଟ୍ ପ୍ରଦାନ କରିବା ଥିଲା ଏହାର ଉଦ୍ଦେଶ୍ୟ । ଯାହା ଦ୍ୱାରା ସମ୍ପତିର ମାଲିକଙ୍କୁ ଆଇନଗତ ମାଲିକାନା କାର୍ଡ୍ ପ୍ରଦାନ କରିବ ଏବଂ ଜନବସତି ଜମିରେ ମାଲିକାନାକୁ ମଧ୍ୟ ସ୍ପଷ୍ଟ କରିବ । ନାଗରିକ ଏବଂ ପ୍ରଶାସନ ଏହି ଯୋଜନା ଦ୍ୱାରା ବହୁମାତ୍ରାରେ ଲାଭବାନ ହେବେ । ଏହି କ୍ରମରେ ଉଲ୍ଲେଖ କରିଛନ୍ତି ଯେ ଏହା ଦ୍ୱାରା ଗ୍ରାମାଂଚଳର ନାଗରିକମାନେ ନିଜ ସମ୍ପତିକୁ ଆର୍ôଥକ ଆସେଟ୍ ଭାବେ ବ୍ୟବହାର କରି ଋଣ ନେଇପାରିବେ ଏବଂ ଅନ୍ୟାନ୍ୟ ଆର୍ôଥକ ସୁବିଧା ପାଇପାରିବେ, ଯଦ୍ୱାରା ସେମାନଙ୍କ ମଧ୍ୟରେ ସମ୍ପନ୍ନତା ଆସିବ । ଦ୍ୱିତୀୟତଃ ସମ୍ପତି ଟିକସ ନିର୍ଦ୍ଧାରଣ ଦ୍ୱାରା ରାଜ୍ୟକୋଷକୁ ଲାଭ ହେବ । ତୃତୀୟତଃ ଏହି ଯୋଜନା ଦ୍ୱାରା ଗ୍ରାମାଂଚଳର ବିକାଶ ପାଇଁ ଜମିର ସଠିକ୍ ତଥ୍ୟ ରହିବ ଏବଂ ସମ୍ପତି ଜନିତ ବିବାଦ ମଧ୍ୟ ହ୍ରାସ ହେବ । ଚତୁର୍ଥତଃ ବନ୍ୟା ଏବଂ ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ସର୍ଭେ ପାଇଁ ଭିତିଭୂମି ସୃଷ୍ଟି ହେବ ଏବଂ ଜିଆଇଏସ ମ୍ୟାପ୍ ପ୍ରାକୃତିକ ବି ର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ । ଏହାବ୍ୟତିତ ଜିଆଇଏସ୍ ମ୍ୟାପ୍ ବ୍ୟବହାର ଦ୍ୱାରା ଗ୍ରାମ ପଂଚାୟତର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିହେବ । ଯାହା ଦ୍ୱାରା ଗାଁ ସ୍ତରରେ ବିସ୍ତୁତ ଭାବେ ହୋଇଥିବା ଗ୍ରାମ୍ୟ ଯୋଜନାକୁ ହାସଲ କରିହେବ । ସୂଚନାକ୍ରମେ ଚଳିତବର୍ଷ ଫେବୃୟାରୀରେ ଓଡ଼ିଶା ସରକାର ସର୍ଭେ ଅଫ୍ ଇଣ୍ଡିଆ ସହ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ଏବଂ ରାୟଗଡ଼ାରେ ଏହାକୁ ପାଇଲଟ୍ ଭିତିରେ କାର୍ଯ୍ୟ କରାଯାଉଛି । ମାତ୍ର ରାଜ୍ୟ ରାଜସ୍ୱ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହା ଉପରେ ଯେଉଁ ଗତିରେ କାର୍ଯ୍ୟ କରୁଛନ୍ତି, ଏହା ଦ୍ୱାରା ଏହି ଯୋଜନା ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା କଷ୍ଟକର । ତେଣୁ ଏହି ଯୋଜନା ସହ ଜଡ଼ିତ ଅନେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ଏବଂ ସର୍ଭେକୁ ସାହାଯ୍ୟ କରିବା ପାଇଁ ରାଜ୍ୟକୁ କଚାିନିୟସ ଅପରେଟିଂ ରେଫରେନ୍ସ୍ ଷ୍ଟେସନ (ସିଓଆରଏସ)କୁ ଯଥାଶୀଘ୍ର ଅନୁମତି ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି । ଗାଁ ମାନଙ୍କରେ ଥିବା ଭୂସମ୍ପତିର ତଥ୍ୟକୁ ଅନିଶ୍ଚିତତା ଏବଂ ସନ୍ଦେହକୁ ଦୂର କରିବା ଏବଂ ଗ୍ରାମାଂଚଳର ସମ୍ଭାବନାକୁ ବାସ୍ତବର ରୂ ଦେବା ଏବଂ ଜମିଜମା ସମ୍ପତିକୁ ବିକାଶ କାର୍ଯ୍ୟରେ ବ୍ୟବହାର କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି । ତେଣୁ ଯୋଜନାର ଲାଭକୁ ଦୃଷ୍ଟିରେ ରଖି ତଥା ଓଡିଆ ନାଗରିକଙ୍କ ସ୍ୱାର୍ଥ, ଦାରିଦ୍ର‌୍ୟକୁ ଲଢିବା, ଗରିବଙ୍କ ସମ୍ମାନକୁ ସୁନିଶ୍ଚିତ କରିବା, ଆତ୍ମନିର୍ଭର ଭାରତ ଏବଂ ଗ୍ରାମ୍ୟ ସ୍ୱରାଜକୁ ସାକାର କରିବା ପାଇଁ ପିଏମ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକୁ ଓଡ଼ିଶାରେ ତ୍ୱରାନ୍ୱିତ କରିବା ପାଇଁ ଅନୁମତି ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପତ୍ରରେ କହିଛନ୍ତି ଯେ ୨୦୨୧ ରୁ ୨୦୨୫ ମଧ୍ୟରେ ପିଏମ ସ୍ୱାମୀତ୍ୱ ଯୋଜନା ଅଧୀନରେ ସମଗ୍ର ଭାରତବର୍ଷରେ ୬.୬୨ ଲକ୍ଷ ଗାଁକୁ ଅନ୍ତର୍ଭୃକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏବେ ସୁଦ୍ଧା ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ଉତରପ୍ରଦେଶ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାମ, ରାଜସ୍ଥାନ, ଗୁଜୁରାଟ୍‌, ଗୋଆ, ଆନ୍ଧ୍ର୍ରଦେଶ ଏବଂ ଆଣ୍ଡାମାନ ନିକୋବର ପପୁଞ୍ଜରେ ୭୫୬୫ ଗାଁରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇସାରିଛି । ଏହି ଯୋଜନା ଅନ୍ତର୍ଭୃକ୍ତ ବର୍ତମାନ ସୁଦ୍ଧା ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଇ-ପ୍ରପୋର୍ଟି କାର୍ଡ୍ ପ୍ରସ୍ତୁତ କରାଯାଇଛି । ବିଶେଷ ଭାବରେ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁ ଭୁକ୍ତ ଅନେକ ରାଜ୍ୟ ଗୁଡ଼ିକ ଏହି ଯୋଜନାକୁ ଦ୍ରୁତ ଗତିରେ ଲାଗୁ କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ୩ ହଜାରରୁ ଉର୍ଦ୍ଧ୍ୱ ଗାଁରେ ୧.୭ ଲକ୍ଷ ପ୍ରୋପର୍ଟି କାର୍ଡ୍ ବିତରଣ କରିଥିବା ପ୍ରଧାନ
ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ