କ୍ରମାଗତ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଦେଇଛି । କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ଇନ୍ଧନ ଡିଲରଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।
ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୧୪ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ଲିଟର ପିଛା ୧୧୦.୧୨ ଟଙ୍କା ବୃଦ୍ଧି ଘଟିଛି। ଡିଜେଲର ଦର ମୁମ୍ବାଇରେ ଲିଟର ପିଛା ୧୦୦.୬୬ ଟଙ୍କା ଥିବା ବେଳେ ଦିଲ୍ଲୀରେ ୯୨.୮୨ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲର୍ ଦର ଲିଟର ପିଛା ୧୦୪.୮୦ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୯୫.୯୩ ଟଙ୍କା ରହିଛି। ଏହି ସମୟରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପେଟ୍ରୋଲ ୧୦୧.୫୩ ଟଙ୍କା ଏବଂ ଡିଜେଲକୁ ୯୭.୨୬ ଟଙ୍କାକୁ ବୃଦ୍ଧି ପାଇଛି।