ଛଠ ମହୋତ୍ସବ ୨୦୨୧ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରାଇରଙ୍ଗପୁର ଛଠ ପୂଜା କମିଟିର ୨୦୨୧ ଛଠ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଖଡକଖାଇ ନଇ କୂଳରେ ଅବସ୍ଥିତ ଖଡକେଶ୍ୱର ମନ୍ଦିରରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ନଭେମ୍ବର 10/11ରେ କୋରୋନା କଟକଣା ସହିତ ଆୟୋଜିତ ହେବାକୁ ଯାଉଥିବା ଛଠ ପର୍ବ ପାଇଁ ସଭ୍ୟ ମାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ଓ୍ବାର୍ଡ ନଂ ୫ ର ଖଡକାଇ ନଇ ଘାଟରେ ପରିଭ୍ରମଣ ପରେ ଘାଟ ମରାମତି ଓ ସଫେଇ କାର୍ଯ୍ୟ ସହିତ ନଇ ପାଣିରେ ମଧ୍ୟ ସଫେଇ କାର୍ଯ୍ୟ କରିବାର ଯୋଜନା କରାଯାଇଛି । କମିଟିର ସଭାପତି ବିଜୟ କୁମାର ରାମଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପ୍ରଶାସନ, ପୁଲିସ,ଦମକଳ, ପୌର ପରିଷଦ,ଇତ୍ୟାଦିର ସହଯୋଗ ନିମନ୍ତେ ଅନୁରୋଧ କରିବା ପାଇ ଚର୍ଚା କରାଗଲା। କିନ୍ତୁ ଭକ୍ତ ଓ ଉପାସକ ମାନେ କୋରୋନା କଟକଣା ପାଳନ ପାଇଁ ମାଇକ ଏନାଉନ୍ସମେଣ୍ଟ କରାଯିବାର ଚର୍ଚ୍ଚା କରାଗଲା। ସିମିତ ସଂଖ୍ୟକ ଭକ୍ତ ଓ ଉପାସକ ସହିତ ଏହି ବର୍ଷ ଛଠ ମହୋତ୍ସବ ଆୟୋଜିତ କରାଯିବ। ସଦସ୍ୟ ମାନଙ୍କ ମଧ୍ୟରେ ଉପସଭାପତ ଲାଲ ବାବୁ ସାଓ,ସଂନ୍ତୋଷ ସିଂ, କିଶୋର ରଜକ, ସମ୍ପାଦକ ରାଜେଶ ପ୍ରଜାପତି, ବିନୋଦ ଦାସ, ରବିନ୍ଦ୍ର ସାଓ,ସତ୍ଯଜିତ ସାଓ,ଅବଧେଶ ମିଶ୍ର, ଜନାର୍ଦ୍ଦନ ରାମ,ଓ ଅନନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ