ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ବାଇକ୍ କୁ ପିଟିଲା ଟ୍ରକ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନାଅନ୍ତର୍ଗତ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ଶୁକ୍ରବାର ସକାଳ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ୧୦ ଚକିଆ ଟ୍ରକ୍ ଏକ ବାଇକ୍ କୁ ଧକ୍କା ଦେବା ଫଳରେ ଜଣେ ଯୁବକର ହୋଇ ମୃତ୍ୟୁ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପି . ରାମଚନ୍ଦ୍ରପୁର ପଞ୍ଚାୟତ ସାମନ୍ତରାୟପୁର ଗ୍ରାମର ମୋହନ ଗୌଡ଼ ଏବଂ ଗୁରୁତର ଜଣକ ହେଲେ ପଲ୍ଲୀ ପଦ୍ମନାଭପୁର ଗ୍ରାମ ର ବୁଲୁ ପାଣିଗ୍ରାହୀ ବୋଲି ଜଣାପଡିଛି । ଖବର ରୁ ଜଣା ପଡ଼ିଛି ଶୁକ୍ରବାର ସକାଳୁ ମୋହନ ଓ ବୁଲୁ ଏକ ବାଇକ ଯୋଗେ ବିଲକୁ ଘାସ କରିବାକୁ ଯାଉଥିବା ବେଳେ ଦିଗପହଣ୍ଡିରୁ ଆସିକା ଅଭିମୁଖେ ଯାଉଥିବା ଉକ୍ତ ଟ୍ରକଟି ( ଓଡି ୨୯ ଡି ୦୧୮୬) ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ ରାସ୍ତାରେ ଛିଟିକି ପଡିଥିବା ବେଳେ ମୋହନଙ୍କ ଉପରେ ଗାଡ଼ିଟି ଚଢି ଯାଇଥିଲା । ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ହୋଇଯାଇଥିଲା ।ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୁଲୁଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ରହିଥିବା ଶୁଣି ବାକୁ ମିଳିଛି । ତେବେ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇଘଟଣାସ୍ଥଳରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଅତିରିକ୍ତ ତହସିଲଦାର ଶୁଭ ପ୍ରସାଦ କାନୁନଗୋ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଦୀର୍ଘ ୬ଘଣ୍ଟା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି । ଯାହାଫଳରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ପାଟପୁର ପୁଲିସ ଶବ୍ ବ୍ୟବ ଛେଦ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ବେଳେ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ