ଆସିକା ରାଧାକୃଷ୍ଣ ମନ୍ଦିରରେ ପାଳିତ ହେଲା ଗୋବର୍ଦ୍ଧନ ପୂଜା
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅଧିନସ୍ଥ ବାଣୀବିହାର ଅଞ୍ଚଳରେ ପବିତ୍ର ଋଷିକୁଲ୍ୟା ନଦୀ ତଟରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ମଙ୍ଗଳବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରର୍ଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀଶ୍ରୀ ରାଧାକୃଷ୍ଣ ସେବା ସଂଘ ପରିଚାଳନା ପରିଷଦର ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ କାଳୁଚରଣ ପାତ୍ର, ସଂପାଦକ ମନୋରଂଜନ ଚୌଧୁରୀ, ଶ୍ରଦ୍ଧାଳୁ ଭକ୍ତ ଗଣେଶ ରଥ, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ଦିଲୀପ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ନାୟକ, ସୁରେନ୍ଦ୍ରନାଥ ବେହେରା, ଇଂ.ସଚ୍ଚିଦାନନ୍ଦ ରାଉତ, ରାମଶରଣ ମହାପାତ୍ର, ବିଦେଶୀ ନାହାକ, ବିଜୟ କୁମାର ଜେନା, ସଂଜୟ କୁମାର ପାତ୍ର, ପିତବାସ ପାଢୀ, ନିଗମାନନ୍ଦ ରାଉତ, ଶିଶିର ପାଣିଗ୍ରାହୀ, ଦେବରାଜ ମିଶ୍ର, ସତ୍ୟନାରାୟଣ ରଥ, ଜିତେନ୍ଦ୍ର କୁମାର ବିଷୋୟୀ, ହରିହର ଚୌଧୁରୀ, ସମୀର ଚୌଧୁରୀ, ଭବାନୀ ଶଙ୍କର ଷଡଙ୍ଗୀ, ଶରତ ପାତ୍ର, ନାରାୟଣ ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶହଶହ ଶ୍ରର୍ଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ମନ୍ଦିର ପୂଜକ ଗଙ୍ଗାଧର ପଣ୍ଡାଙ୍କ ମନ୍ତ୍ରୋଚାରଣରେ ସମଗ୍ର ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଅଞ୍ଚଳ ରୂପେ ପରିଚିତ ଥିବା ଆସିକା ପୌର ପରିଷଦ ଅଧୀନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ସ୍ଥିତ ରାଧାକୃଷ୍ଣ ସେବା ସଂଘ ଆନୁକୂଲ୍ୟରେ ମଙ୍ଗଳବାର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଜନ, ନାମ ସଂକୀର୍ତ୍ତନ, ସ୍ୱତନ୍ତ୍ର ପୂଜା, ଆରତୀ ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ବେଳେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ଲୋକକଥା ଅନୁସାରେ ଗୋବର୍ଦ୍ଧନ ପୂଜାର ଇତିହାସ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ସହିତ ଜଡିତ ରହିଛି । ଦ୍ୱାପର ଯୁଗରେ ଇନ୍ଦ୍ର ଦେବତାଙ୍କ ପ୍ରକୋପରୁ ବ୍ରଜବାସୀ ଓ ପଶୁଧନକୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ନିଜ ଛୋଟ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ଉଠାଇ ରହିଥିଲେ ଓ ପର୍ବତର ଛାୟାରେ ବ୍ରଜବାସୀ ଆଶ୍ରୟ ନେଇଥିଲେ । ଇନ୍ଦ୍ରଦେବଙ୍କ ପ୍ରକୋପରୁ ରକ୍ଷା ପାଇବା ପରେ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ସହିତ ଅନ୍ନକୁଟ ମହୋତ୍ସବ ପାଳନ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ପରମର୍ଶ ଦେଇଥିଲେ ବୋଲି ଆଧ୍ୟାତ୍ମିକପ୍ରେମୀଙ୍କ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


