ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ

ନାଉଗାଁ(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମଦିନରେ ପ୍ରାତଃରୁ କଳସ ଶୋଭାଯାତ୍ରା,ନାମ ସଂର୍କିତନ ଓ ଗାୟତ୍ରୀ ଯଜ୍ଞ ଆଦି କରାଯାଇଥିଲା । ଅପରାହ୍ନରେ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡଃ ଅଭୟ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ସ୍ମାଇଲି ଓଡିଶାର ଅଧ୍ୟକ୍ଷା ବନ୍ଦନା କର, ସୁଲେଖ ରଥ,ଶିକ୍ଷକ ରବିନ୍ଦ୍ର ସ୍ୱାଇଁ,ଶେଖ ବର୍କତୁଲ୍ଲା, ସିଆରସିସି ଫକୀର ସ୍ୱାଇଁ,ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶିକ୍ଷାକୁ ଜୀବନର ଏକ ଧାରା ବୋଲି କହିଥିଲେ । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତି ଧ୍ୟାନ ଦିଆଗଲେ ଶିଶୁର ଜୀବନ ସାର୍ଥକ ହୋଇପାରିବ ବୋଲି ଅତିଥିମାନେ କହିଥିଲେ ।ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ,ନୃତ୍ୟ ଓ ଲୋକ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ସେହିପରି ଉଦଯାପନି ଉତ୍ସବରେ ନେମାଳସ୍ଥିତ ଶ୍ରୀ ଅଚ୍ୟୁତ ପୀଠର ଶ୍ରୀ ଶ୍ରୀ ଗଗନାନନ୍ଦ ଗୋସ୍ୱାମୀ, ଡାବରସ୍ଥିତ ଶ୍ରୀ ଅଚ୍ୟୁତ ପୀଠର ଶ୍ରୀ ଶ୍ରୀ ବସନ୍ତ ଦାସ,ତିହୁଡାସ୍ଥିତ ଗୁରୁକୃପା କୁଟୀର ବାବା ସତ୍ୟାନନ୍ଦ ଦାସ ମହାରାଜ,ଅବସରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ଚରଣ ନାୟକ,ନାଉଗାଁ ବ୍ଲକ ସହ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ,ପବିତ୍ର କର, ଅଧ୍ୟାପକ ନିରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଏହି ୫ ବର୍ଷର ଅନୁଷ୍ଠାନ ମଧ୍ୟରୁ ଛାତ୍ରଛାତ୍ରୀମାନେ ବ୍ଲକ ଠାରୁ ଜିଲ୍ଲା ସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୁରଷ୍ୃତ ହେବା ସହିତ ନିଜର ପରିଚୟ ସୃଷ୍ଟି କରିଥିବା ମତବ୍ୟକ୍ତ କରିଥିଲେ । ଏଥିରେ ବାର୍ଷିକ କ୍ରିଡା,ବ୍ଲକ ଓ ଜିଲ୍ଲା ସ୍ତରରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ଶିକ୍ଷକ ସୁଧାଂଶ ଶେଖର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍କୁଲର ନିର୍ଦ୍ଦେଶିକା ପୁଷ୍ପଲତା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶୁଭଶ୍ରୀ ଜେନା,ଚିନ୍ମୟ ଜେନା, ଇତିଶ୍ରୀ ସ୍ୱାଇଁ,ଅପୂର୍ବା ମହାରଣା,ରାଜଶ୍ରୀ ବିଶ୍ୱାଳ,କୋଷାଧ୍ୟକ୍ଷା ଗିତାଂଜଳୀ ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ମ୍ୟାଜିକ ସୋ ପଦର୍ଶିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ