ଏକତା ପାଇଁ ଦୈଡ଼
ବାଲେଶ୍ୱର, (ସରୋଜ ପଣ୍ଡା) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ” ଏକତା ପାଇଁ ଦୈଡ଼ ” ମିନି ମାରାଥନ କାର୍ଯ୍ୟକ୍ରମ ବିଜେପି ଯୁବମୋର୍ଚ୍ଚା ଦ୍ବାରା ଆଜି ସକାଳ ୮ଟା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ନଗରର ୨୦୦ ଶହରୁ ଉର୍ଦ୍ଧ୍ବ କ୍ରୀଡ଼ାବିଦ୍ ଏହି ମାରାଥନରେ ଭାଗନେଇଥିଲେ, ପ୍ରଥମ ୩୦ ଜଣଙ୍କୁ ପୁରଷ୍କୃତ କରାଯାଇଥିଲା । ମାରାଥନରେ ବିଜେପିରୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସୁଷମା ବିଶ୍ବାଳ, ଲମ୍ବୋଦର ନାୟକ, ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ଦାସ, ପର୍ଶୁରାମ ପରିଡ଼ା, ଶ୍ରୀନିବାସ ପ୍ରଧାନ, କମଲଲୋଚନ ଦାସ, କମଳା ବିନ୍ଧାଣି, ପିଙ୍କି ପ୍ରଧାନ, ସସ୍ମୀତ ଚାନ୍ଦ, ବିଜୟ ସାହୁ, ଚିତ୍ତରଞ୍ଜନ ପଣ୍ଡା, ବେଣୁଧର ପରିଡ଼ା, ସୁଶାନ୍ତ ବେରା, ଦୈଡି ଥିବାବେଳେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ସ୍ବାଧୀନ ପଣ୍ଡା ,ନାରାୟଣ ମହନ୍ତ, ସୁବୋଧ ପଣ୍ଡା, ଅରୂପ ଜେନା, ଦେବବ୍ରତ ମିଶ୍ର, ପ୍ରକାଶ ମହାନ୍ତି, ଶୋଭାକର ସାହୁ, ପ୍ରଦୀପ ଭଣ୍ଡାରୀ, ରଞ୍ଜିତ ପୃଷ୍ଟି,ଦିପକ ନାଥ, ତପନ ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର