ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାଧାରଣ ସଭା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ତହସିଲ ପଡିଆ ଠାରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହସଂଯୋଜକ ସତ୍ୟନାରାୟଣ ନାୟକ ଯୋଗଦେଇ କୃଷକ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ମତାମତ ଦେଇଥିଲେ । କୃଷକ ମାନଙ୍କର ବିଭିନ୍ନ ସମସ୍ୟା ଲାଗିରହିଥିବାବେଳେ ସରକାର ଏହାକୁ ଅଣଦେଖା କରୁଥିବା ଉପସ୍ଥିତ ସଭ୍ୟ ସଭ୍ୟା ମାନେ ଅଭିଯୋଗ କରିଥିଲେ । ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଆରମ୍ଭ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଲକ କମିଟିର ସଭାପତି ଭାବେ ପ୍ରଦୀପ ସାମଲଙ୍କୁ ମନୋନୀତ କରାଯାଇଥିବାବେଳେ ଆଗାମୀ ଦିନରେ ରଣନିତୀ ସମ୍ପର୍କରେ ପ୍ରସ୍ତାବ ଆଗତ ହୋଇଥିଲା । ବିଶେଷକରି ଧାନ କ୍ଷେତରେ ପୋକ ଲାଗିବା ଜନିତ କ୍ଷୟକ୍ଷତି ଓ ୨୦୨୨ ଧାନବିକ୍ରୟ ବାବଦରେ ଆଲୋଚନା ହୋଇଥିଲା । ଏଥିରେ ଶରତ ସାହୁ, ଶରତ ଜେନା, ସନ୍ତୋଷ କୁମାର ଜେନା, ହରେକୃଷ୍ଣ ଜେନା, ପ୍ରଦୀପ ସେନାପତି, ପ୍ରଫୁଲ୍ଲ ପରିଡା, ଦିଗମ୍ବର ସ୍ୱାଇଁ, ଭିକାରୀ ଚରଣ ରାଉତ, ନୃସିଂହ ପରିଡା, କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ