କଂଗ୍ରେସ ପକ୍ଷରୁ ହାଯଡିହିରେ ଶାନ୍ତିପୁର୍ଣ୍ଣ ହରତାଳ

ହାଟଡିହି, (ବିକାଶ ବିଶ୍ୱାଳ ) : ମମିତା ମେହେର ହତ୍ୟାକାଣ୍ଡରେ ମମିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହିତ ଏଥିରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିସ୍କାର କରିବା ଦାବିରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ପରିପ୍ରେକ୍ଷିରେ ହାଟଡିହିରେ କଂଗ୍ରେସ ପକ୍ଷରୁ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । କଂଗ୍ରେସ ନେତା ମନୋଜ ଜେନା ଓ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଶହଶହ କର୍ମୀ ଶଙ୍ଖଣା ଗ୍ରାମରୁ ଏକ ବାଇକ ରାଲିରେ ବାହାରି ମରୈଗାଁ, ହାଟଡିହି, ଛେନାପଦିଛକ, ବଞ୍ଚୋ ଦେଇ ଆନନ୍ଦପୁର ପର୍ଯ୍ୟନ୍ତ ଯାଇଥିଲେ । ନବୀନ ପଟ୍ଟନାୟକ ସରକାର ଗାଁକୁ କାମ ମା’କୁ ସମ୍ମାନର ଡିଣ୍ଡିମ ପିଟୁଥିବାବେଳେ ଏହି ସରକାର ସମୟରେ ଶହଶହ ମହିଳା ଧର୍ଷଣର ଶୀକାର ହେବାସହ ସେମାନଙ୍କୁ ହତ୍ୟା କରାଯାଉଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାରେ ସଂପୃକ୍ତିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନବୀନବାବୁ ଘଣ୍ଟ ଘୋଡାଉଛନ୍ତି ବୋଲି କଂଗ୍ରେସ ନେତାମାନେ ମନ୍ତବ୍ୟ ଦେଇଥିଲେ । ତୁରନ୍ତ ତାଙ୍କୁ ବହିସ୍କାର ସହ ଗିରଫ କରିବାକୁ କର୍ମୀମାନେ ଦାବି କରିଥିଲେ । ଏଥିରେ ଯୁବ କଂଗ୍ରେସ ସଭାପତି ଚଣ୍ଡୀ ପାଣିଗ୍ରାହୀ, ବୁଲୁ ରାଉତ, ଅଶୋକ ଯେନା, ତାପସ ରାୟ, ମାନସ ଜେନା, ବୁଦ୍ଧଦେବ ଯେନା, ଗୋଲେଖ ଜେନା,ଶେଷଦେବ ସାମଲ,ଶିଶିର ପାଣିଗ୍ରାହୀ, ଦୀନବନ୍ଧୁ ଜେନା, ସୁଶାନ୍ତ ଜେନା, ପ୍ରତାପ ରାଉତ, ହେମନ୍ତ ନାୟକ, ବିଜେନ୍ଦ୍ର ମଲ୍ଲିକ, ସୁରଥ ମହାକୁଡଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ