ମଙ୍ଗରାଜପୁରରେ ବିଜେପିର ମିଶ୍ରଣପର୍ବ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ମହିଳା ଓ ପୁରୁଷ ଭିନ୍ନ ଭିନ୍ନ ଦଳଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ନେତା ଆଲୋକ ସେଠୀ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଶାଳଣିଆଁ ମଣ୍ଡଳ ଯୁବମେ।।ର୍ଚ୍ଚା ଉପସଭାପତି ସୁଧାଶୁଂ ଶେଖର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ମଣ୍ଡଳ ସଭାପତି ବଳଭଦ୍ର ବାରିକ ସଭାପତିତ୍ୱ କରିଥିବାବେଳେ ବରିଷ୍ଠନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଅନନ୍ତ ବେହେରା, ରମାକାନ୍ତ ନାୟକ, ଅଧର ବେହେରା, ସ୍ୱର୍ଣ୍ଣଲତା ବେହେରା, କୈଳାଶ ଜେନା, ଜଗା ସାହୁ, ଅଜୟ ଜେନା, ଶଶିକାନ୍ତ ରାଉତ, ଯୁଦ୍ଧିଷ୍ଠିର ବେହେରା, କିଶୋର ସ୍ୱାଇଁ, ଆଲୋକ ଜେନା, ଜ୍ଞାନେନ୍ଦ୍ର ଜେନା, ଆଲୋକ ଦାଶ ପ୍ରମୁଖ ଉପସ୍ଥିତ ରହି ମୋଦୀ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନାକୁ କିପରି ବିଜେଡି ବାଟ ମାରଣା କରୁଛି ଓ ଗାଁ ଗହଳିର କୁଜିନେତା ମାନେ କିପରି ଯୋଜନାକୁ ଲୁଟ କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ । ପାଣ୍ଡବ କୁଅଁର, ବାବନ ନାୟକ, ସୁକୁରିଆ ନାୟକ, ଶଶଧର ନାୟକ, ନାଣ୍ଡୁ ବେହେରା, ପରମାନନ୍ଦ ବେହେରା, ଏକନ ନାୟକ, ଅଭିମନ୍ୟୁ ଦେହୁରୀ, ଅର୍ଜୁନ ବେହେରା, କାମଦେବ ନାୟକ, ମୋହନ ନାୟକ, ମଦନ ନାୟକ, ପୁରସ୍ତମ ଦେହୁରୀ, ମଳୟ ନାୟକ,ମାନସୀ ନାୟକ, କୁନ କୁଅଁର, ବୁଲି ନାୟକ, ସାବିତ୍ରୀ କୁଅଁର, ବିଶ୍ୱମ୍ବର ସାମଲ, ତୁଳ ଦେହୁରୀଙ୍କ ସମେତ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ