ବଡ ଏକାଦଶୀ ପାଇଁ ପାରଳା ଶ୍ରୀ ଜଗନ୍ନାଥ ମନ୍ଦିରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ବଡ ଏକାଦଶୀ ଅଟେ । ଏହି ବଡ ଏକାଦଶୀ ତିଥିରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ତେଣୁ ଆଜି ସକାଳୁ ସକାଳୁ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖାଦେଇଛି । ଭକ୍ତ ଓ ଶ୍ରଧାଳୁମାନେ ମନ୍ଦିରରେ ଦିପ ଜଳାଇ ୩ ଠାକୁରଙ୍କୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରିଛନ୍ତି । ବିଶେଷ କରି ପାରଳାଖେମୁଣ୍ଡି ସହର ଆନ୍ଧ୍ର ସୀମାନ୍ତରେ ରହିଥିବା ଯୋଗୁଁ ପୋଡଶୀ ଆନ୍ଧ୍ରରୁ ଅଧିକ ସଂଖ୍ୟକ ଭକ୍ତ ଓ ଶ୍ରଧାଳୁମାନେ ପହଞ୍ଚି ୩ ଠାକୁରକୁ ପୂଜାପାଠ କରିଛନ୍ତି । ଆଇନ ସୃଙ୍ଖଳା ରକ୍ଷା କରିବା ପାଇଁ ପାରଳା ଥାନା ତରଫରୁ ଏଠାରେ ପୋଲିସ ବ୍ୟବସ୍ଥା କରାଯାଇଛି ।