ଗଜପତି ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଚାଚା ନେହେରୁଙ୍କ ଆଦର୍ଶ ଦିବସ ତଥା ଶିଶୁ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସୀତାପୁର ଗ୍ରାମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ବେଳେ ୱାର୍ଡ ମେମ୍ବର ରାଧାକୃଷ୍ଣ ଭଞ୍ଜ, କିଶୋର କଳିଙ୍ଗ, ଯୁବ ସାମ୍ବାଦିକ ପିତାମ୍ବର ସାରଙ୍ଗ, ବାଦ୍ୟଗୁରୁ ଲକ୍ଷ୍ମୀ ନାରାୟଣ କଳିଙ୍ଗ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଗ୍ରାମର “ଝାନ୍ସୀରାଣୀ ଯୁବକ ସଂଘ” ଏବଂ “ଶ୍ରୀଶ୍ରୀଶ୍ରୀ ମା ଗାରାମାତାଲି ଯୁବକ ସଂଘ” ଏବଂ ସ୍ଥାନୀୟ ପିଲାମାନଙ୍କ ସହ ଏହି ଗ୍ରାମର କିଛି ଭଦ୍ର ବ୍ୟକ୍ତି ଯୋଗଦେଇ ଆଜିକାଲିର ପିଲାଙ୍କ ବିଷୟରେ ଗୁଣଗାନ କରିଥିବା ବେଳେ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ବୋଲି କହିଥିଲେ । ଏହା ସହ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଓ ଚାଚା ନେହେରୁଙ୍କ ଜନ୍ମ ଦିବସ ପାଳନ ଆଦି ବିଷୟରେ କୁହାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ କାଶୀନଗର ବ୍ଲକରେ ରହିଥିବା ବିଭିନ୍ନ ନେହେରୁ ଯୁବ କେନ୍ଦ୍ର ସଂଘର ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ ।


